ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଭଇଁରି ପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦଲି ବାହାଲି ଗ୍ରାମରେ ମାଁ ମାଉଲି କ୍ରିକେଟ କପ୍-୨୦୨୬ ଉଦଯାପିତ ହୋଇଯାଇଅଛି। ଏହି ଖେଳ ଗତ ତା ୧୦/୦୬/୨୦୨୬ ରିଖ ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି। ମାଁ ମାଉଲି କ୍ରିକେଟ କ୍ଳବ୍ ଦ୍ବାରା ଆୟୋଜିତ ଏହି ଖେଳରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଦିବସ ରେ ଆୟୋଜକ କଦଳୀ ବାହାଲି କ୍ରିକେଟ ଟିମ୍ କୁ ପାଣି ଗାଁ କ୍ରିକେଟ ଟିମ୍ ପରାସ୍ତ କରି ଚମ୍ପିୟାନ ହୋଇଛି। ଏହି ଅବସରରେ ଭଇଁରିପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାନୁମତୀ ବେମାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ଅମ୍ବୁଜ ଧଙ୍ଗଡା ମାଝୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ସମିତି ସଭ୍ୟ ଚିନ୍ମୟ ରାଉତ, ଲକ୍ଷ୍ମୀ ଧର ନାଏକ, ହେମନ୍ତ ଛତ୍ରୀଆ, ଅଗ୍ରଣୀ କୃଷକ ବିରଞ୍ଚି ନାଏକ, ସମାଜସେବୀ ଦଇତାରୀ ଛତ୍ରୀଆ ଯୁବଲାଲ ବିଶ୍ବାଳ, ଶଶୀଭୂଷଣ ପଣ୍ଡା, ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଜେତା ପାଣି ଗାଁ ଦଳକୁ ପନ୍ଦର ହଜାର ଟଙ୍କା ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳ କଦଳୀବାହାଲି କ୍ରିକେଟ ଦଳକୁ ଦଶ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳି ଓ ସର୍ବାଧିକ ସ୍କିପର ନିର୍ମଲ ବିଶ୍ବାଳ ହୋଇଥିବା ବେଳେ ଶ୍ରେଷ୍ଠ ବୋଲର ପୂର୍ଣ ମାଝୀ ଶ୍ରେଷ୍ଠ ଫିଲଡର ବିନୋଦ ରାଉତଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଖେଳର ସ୍କୋର ବୋର୍ଡ ଦାୟିତ୍ଵରେ ନବ କିଶୋର ନାଏକ ରହିଥିବା ବେଳେ ହେମନ୍ତ ଛତ୍ରୀଆ ଓ ଦେବାନନ୍ଦ ରଣା ଅମ୍ପିୟର ଦାୟିତ୍ଵ ନିର୍ବାହ କରିଥିଲେ। ନବକିଶୋର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ନବ କିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।





