ଦୁକାଲଘାଟ ଗାଁରେ ଶୀତଳ ଷଷ୍ଠୀ ମହୋତ୍ସବ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦୁକାଲଘାଟ ଗାଁରେ ଶୀତଳ ଷଷ୍ଠୀ ମହୋତ୍ସବ ଶନିବାର ସମ୍ପନ୍ନ ହୋଇଯାଇଛି। ଶିବ ମନ୍ଦିରରେ ଦୁକାଲଘାଟ ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହୋଇ ଦେବ ଦେବ ମହାଦେବଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ହେମନ୍ତ ମାଝୀ, ବନିତା ମାଝୀ, ସୀତାରାମ ଠାକୁର, ଡୋଲେଶ୍ୱରୀ ଠାକୁର, ପଞ୍ଚୁ ଚିନ୍ଦା, ପଙ୍କଜିନୀ ଚିନ୍ଦା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ଗଣେଶରାମ ଠାକୁର ପୂଜକ, ବଳରାମ ଠାକୁର, ସୁରେଶ ଠାକୁର ଜପକ ରହିଥିଲେ। କୈଳାସ ଜୈନ, ବଳଦେବ ମାଝୀ, ନିତେଇ ଖଣ୍ଡଗିରି, ଅନନ୍ତ କାଲସାଏ, ଚମ୍ପେ ମହାକୁର, ନରହରି ଜାଲ, କୁଶ କାଲସାଏ, ଚନ୍ଦ୍ର ବଗର୍ତ୍ତୀ, ଲିଙ୍ଗରାଜ ମେସ୍ୱା, ବଚ୍ଛ ମେର୍ଲି, ନବ ପାତ୍ରଙ୍କ ସମେତ ଅଞ୍ଚଳବାସୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.