ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଛାତ୍ରୀ-ନିବାସ ର ମାଟ୍ରନ ମାନଙ୍କୁ ନେଇ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାୟଗଡ଼ , ଗୋଷାଣୀ , ଗୁମ୍ମା ଓ କାଶୀନଗର ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସମସ୍ତ ଛାତ୍ରୀ-ନିବାସ ର ମାଟ୍ରନ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣର ସାମିଲ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ ପଟ୍ଟନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜଣେ, ଶିଶୁ ମଙ୍ଗଳ ସମିତି’ର ଅଧ୍ୟକ୍ଷ ଶ୍ରୀ ଅମୀୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପ୍ରତି କେସ୍ କୁ ପୋଲିସ୍/ଚାଇଲ୍ଡ ହେଲ୍ପ ଲାଇନ୍ ର ଟୋଲଫ୍ରି ନଂ/ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇବା ପାଇଁ ଅନୁରୋଧ କରା ଯାଇଥିଲା ।

ଯେହେତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ମାଟ୍ରନ ହେଉଛନ୍ତି ବାଲ୍ୟବିବାହ ନିଷେଧ ଅଧିକାରୀ ତେଣୁ ସେମାନ ଯଦି ଠିକ ସମୟରେ ସୂଚନା ଦେବେ ନାହିଁ ତାହା ହେଲେ ସେମାନଙ୍କ ପାଇଁ ଆଇନରେ ଦଣ୍ଡ ବିଧାନ ଥିବା କଥା ଆଲୋଚନା କରା ଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ବାଲ୍ୟବିବାହ ନିଷେଧ ଉପରେ ସଚେତନତା କାର୍ଯ୍ୟ କିପରି ଚାଲିଛି ତାହା ଉପରେ ଆଲୋଚନା ହେବା ସହ ରାୟଗଡ଼ ବ୍ଲକ ର କେରାଣ୍ଡି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । କେବଳ ସଚେତନତା ନୁହଁ , ଆଗାମୀ ଦିନରେ ଆଇନତଃ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ବଆଲୋଚନା କରା ଯାଇଥିଲା । ସମସ୍ତ ଅଧିକାରୀ ଭୟ ନକରି ସୁସ୍ଥ ସମାଜ ଗଠନ କରିବା ସହ ଆଗାମୀ ଦିନରେ ଗଜପତି ଜିଲ୍ଲାର ବାଲ୍ୟ-ବିବାହ’କୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦିଆଯାଇଥିଲା ।





