ଜଗନ୍ନାଥ ମନ୍ଦିରକୁ ଜମିଦାନ କରି ପ୍ରଶଂସାର ପାତ୍ର ହେଲେ ବିରଞ୍ଚି ବେହେରା

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଜଗନ୍ନାଥ ମନ୍ଦିର ପାଇଁ ଆସିଛି ଏକ ଖୁସିର ଖବର। ବନ୍ଧକନା ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିରଞ୍ଚି କୁମାର ବେହେରା ନିଜର ୮୨ ଡିସମିଳ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦାନ କରିଛନ୍ତି। ଆଜି କଲମପୁର ତହସିଲ କାର୍ଯ୍ୟାଳୟରେ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ସେ ଉକ୍ତ ଜମିକୁ ଶ୍ରୀଜଗନ୍ନାଥଙ୍କ ନାମରେ ରେଜିଷ୍ଟ୍ରି କରାଇଛନ୍ତି। ରେଜିଷ୍ଟ୍ରି ସମୟରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରାମନାଥ ଶବର, ମାଧବ ଗଉଡ଼, ତେଜରାଜ ଶବର, ଉପଦେଷ୍ଟା କମିଟି ରୁ ବିଶ୍ୱନାଥ ଶବର, ଦିବାକର ବେହେରୁକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରା ଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ। ଏହି ଦାନ ମନ୍ଦିରର ଭବିଷ୍ୟତ ବିକାଶ, ସେବା-ପୂଜା ଏବଂ ଧାର୍ମିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ବିରଞ୍ଚି କୁମାର ବେହେରାଙ୍କ ଏହି ମହତ୍ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ, ଭକ୍ତବୃନ୍ଦ ଓ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.