କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ କଳାହାଣ୍ଡି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡି ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରଭାରୀ ଅଶୋକ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜନ କରିବା ସହିତ ମହର୍ଷି ବ୍ୟାସଦେବଙ୍କୁ ତଥା ମହର୍ଷି ପତଞ୍ଜଳି, ଯୋଗଗୁରୁ ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ପୂଜନ କରାଯାଇଥିଲା। କଳାହାଣ୍ଡି ପତଞ୍ଜଳୀ ଯୋଗ ସମିତି ପ୍ରଭାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା ଗୁରୁ ପୂର୍ଣ୍ଣିମା ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଗୁରୁ ଭଉଣୀ ସଂତୋଷିନି ଯୋଶୀ ସୁନ୍ଦର ଭଜନ ପରିବେଷଣ କରିଥିଲେ। ମୁଖ୍ୟ ପୃଷ୍ଠପୋଷକ ଶିଶିର ପାଟ୍ଟଯୋଷୀ, ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପାଢ଼ୀ, କିଷାନ୍ ମୋର୍ଚ୍ଚା ପ୍ରଭାରୀ ନାରାୟଣ ମୁଣ୍ଡ, ଜିଲ୍ଲା ସାଂଗଠନିକ ସମ୍ପାଦକ ଦଧିଚନ୍ଦ୍ର ସାହୁ, ସ୍ୱାଭିମାନ ଟ୍ରଷ୍ଟ ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, କୋଷାଧ୍ୟକ୍ଷ ରମାକାନ୍ତ ପାଢ଼ୀ ତଥା ଅନ୍ୟାନ୍ୟ ଯୋଗ ଶିକ୍ଷକ ତଥା ଯୋଗୀ ଭାଇ ଭଉଣୀ ଉପସ୍ଥିତ ଥିଲେ। ପରିଶେଷରେ ପତଞ୍ଜଳୀ ଯୋଗ ସମିତି ସହ ପ୍ରଭାରୀ ହେମନ୍ତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.