ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ଆଗ୍ରିବିଜିନେସ୍‌ ପାଠ୍ୟକ୍ରମର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଆଗ୍ରି-ମ୍ୟାନେଜମେଣ୍ଟ ପକ୍ଷରୁ ଏମବିଏ (ଆଗ୍ରିବିଜିନେସ୍ ମ୍ୟାନେଜମେଣ୍ଟ) ନୂତନ ବ୍ୟାଚ୍‌ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ‘ମାର୍ଗଶୋଧକ’ ଆୟୋଜିତ ହୋଇଯାଇଛି। ବାର୍କ ଅଡିଟୋରିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଛାତ୍ରଛାତ୍ରୀଙ୍କ ସାମାଜିକ ଦାୟିତ୍ୱବୋଧ ଏବଂ କ୍ୟାମ୍ପସରେ ‘ଇକୋଲୋଜିକାଲ କ୍ୟୁରେସନ’ ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉତ ଯୋଗଦେଇ ଆଧୁନିକ କୃଷି ଏବଂ କ୍ୟାରିୟର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏଥିସହ ମୁଖ୍ୟ ବକ୍ତା ଭାବେ ପି.ଜି. କାଉନସିଲ୍ ଅଧ୍ୟକ୍ଷ ଡଃ ଜେ. ଦଣ୍ଡପାଟ, ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଡଃ ସ୍ୱାତୀ ମିଶ୍ର, ଏବଂ ସେଣ୍ଟର ଫର ଆଗ୍ରି-ମ୍ୟାନେଜମେଣ୍ଟ ମୁଖ୍ୟ ଦୀପକ ରାମ ଯୋଗଦେଇ ‘ସ୍ମାର୍ଟ କୃଷି’ ଓ ‘ୱେଷ୍ଟ ଟୁ ୱେଲଥ୍‌’ ଭଳି ନବସୃଜନ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ପ୍ରୋଗ୍ରାମ ପ୍ରଫେସର-ଇନ୍-ଚାର୍ଜ ଡଃ ସନତ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.