କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ହଠାତ୍ ନିଆଁ ଲାଗିଥିଲା। ଖବର ପାଇବା ପରେ ରେଳ ବିଭାଗ ଟ୍ରେନକୁ ନର୍ଲାରୋଡ଼ ଷ୍ଟେସନରେ ଅଟକା ଯାଇଥିଲା। ପରେ ଅଗ୍ନିଶମ ବିଭାଗ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାରେ କୌଣସି ଜୀବନହାନୀର ସୂଚନା ମିଳିନାହିଁ। ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ୱାଗନରେ ହଠାତ୍ ନିଆଁ ଲାଗିଥିଲା। ଘଟଣା ଜଣାପଡ଼ିବା ପରେ ରେଳ ବିଭାଗ ତୁରନ୍ତ ସତର୍କତା ଅବଲମ୍ବନ କରି ଟ୍ରେନକୁ ନର୍ଲାରୋଡ଼ ରେଳ ଷ୍ଟେସନରେ ଅଟକାଇଥିଲା। ଖବର ପାଇ ନର୍ଲା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.