ଆରମ୍ଭ ହେଲା ଶ୍ରାବଣ: ରାସ୍ତାରେ କାଉଡିଆଙ୍କ ଭିଡ଼

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୁଧବାର ପୂର୍ଣିମା ତିଥିରେ ସରିଯାଇଛି ଆଷାଢ ମାସ। ଗୁରୁବାର ଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ଶ୍ରାବଣ ମାସ ଆରମ୍ଭରେ ରାସ୍ତା ଘାଟ ଓ ଶିବ ମନ୍ଦିର ଗୁଡ଼ିକରେ ଶିବ ଭକ୍ତ କାଉଡିଆ ମାନଙ୍କ ଭିଡ ପରି ଲକ୍ଷିତ ହୋଇଛି। ଶ୍ରାବଣ ଆରମ୍ଭରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ସୋମବାର ରୁ କାଉଡିଆ ମାନଙ୍କ ପ୍ରକୃତ ଭିଡ଼ ଆରମ୍ଭ ହେବ ବୋଲି ଜଣାପଡିଛି। ନର୍ଲା ଅଞ୍ଚଳର କାଉଡିଆ ମାନେ ପାହାନ୍ତା ପ୍ରହରରୁ ନିକଟସ୍ଥ ନଦୀରେ ବୁଡ଼ ପକାଇ କାଉଡ଼ିରେ ଜଳ ଭରି ବୋଲ ବମ, ଜଟିଆ ବାବା ପାର କରେଗା ପ୍ରଭୃତି ନାରା ଦେଇ, ବାଜା ବଜେଇ, ନାଚ ଗୀତ କରି ଜଳ ନେଇ ଶିବ ଲିଙ୍ଗ ଉପରେ ଢାଳିଥାନ୍ତି କାଉଡିଆ ମାନେ। ମାସଟେ ଧରି ଏହା ଚାଲିବ ବୋଲି ଜଣା ପଡିଛି। ଏହି ମାସର ଶ୍ରାବଣ ବ୍ରତ କରୁଥିବା କାଉଡିଆ ମାନେ ଗାଁ ର ନିର୍ଦ୍ଦିଷ୍ଟ ସ୍ଥାନରେ ଟେଣ୍ଟ ଲଗେଇ, ହବିଷ କରି ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। ନର୍ଲା ଅଞ୍ଚଳର ପ୍ରାୟତଃ ପ୍ରତି ଗ୍ରାମରେ ଏହି କାଉଡିଆ ମାନଙ୍କ ଶ୍ରାବଣ ବ୍ରତ ପାଳନ କରୁଥିବା ଗତ ୨୦ ବର୍ଷରୁ ଦୃଶ୍ୟମାନ ହେଉଛି। ଏବେ ମହିଳା ଶିବ ଭକ୍ତ କାଉଡିଆ ମାନଙ୍କ ଏଥିରେ ଅଂଶ ଗ୍ରହଣ ବୋଲ ବମ ବ୍ରତକୁ ନୂତନ ଦିଶା ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.