ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଅଁଳା ଭଟ୍ଟା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମଦନ ଖମାରୀ ତା ୩୧/୦୭/୨୦୨୬ ରିଖ ଅବସର ଗ୍ରହଣ କରିଥିବା ବେଳେ ଆଜି ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପାତ୍ର ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ର ସଭାପତି ଧନଞ୍ଜୟ ନେଗୀ ଯୋଗଦେଇ ଥିବା ବେଳେ ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚୁଡ଼ାମଣି ନାଏକ ସମ୍ମାନିତ ଅତିଥି ଭାବରେ ତଥା ପୁରାତନ ଛାତ୍ର ଛାତ୍ରୀ, ଅବିଭାବକ ଏବଂ ଗ୍ରାମ ବାସୀ ଯୋଗଦେଇ ଥିଲେ। ମଦନ ଖମାରୀ ତା ୧୩/ ୦୫/୧୯୯୦ ମସିହାରେ ଶିକ୍ଷକ ଭାବରେ ଯୋଗଦେଇ ଥିବା ବେଳେ ତା ୩୧/୦୬/୨୦୨୬ ରେ ଅବସର ଗ୍ରହଣ କରିଛନ୍ତି।





