ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏମ ରାମପୁରର ବ୍ଲକ ବିଜେପି ମଣ୍ଡଳ ଉପ ସଭାପତି ଫକୀର ରଣା ଙ୍କୁ ଗତକାଲି ରାତିରେ ଛୁରୀ ଭୁଷି ହତ୍ୟା କରାଯାଇଥିବା ଜଣା ପଡିଛି। ଶ୍ରୀ ରଣା ଏମ ରାମପୁର ବ୍ଲକ ଡମ କର୍ଲାଖୁଟା ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ଵାମୀ। ଖବରରୁ ଜଣା ପଡିଛି ଯେ ତଳି ରୁଆ ପାଇଁ ଗତକାଲି ରାତିରେ ଶ୍ରମିକ ଖୋଜିବା ପାଇଁ ସେ ଯାଇଥିଲେ। ଫେରୁଥିବା ସମୟରେ କେହି ଦୃବୃତ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତନା ଘନା ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତିଗତ ଶତୃତା କିମ୍ବା ଅନ୍ୟ କୌଣସି କାରଣରୁ ଏହି ହତ୍ୟା କାଣ୍ଡ ଘଟିଛି ତାହା ଜଣା ପଡିନାହିଁ।





