ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ପୁଲିସ କୁ ଏକ ବଡ଼ ସଫଳତା ମିଳିଛି l ଦୀର୍ଘ ୮ ବର୍ଷ ଧରି ପୁଲିସକୁ ଚକମା ଦେଇ ଫେରାର ଥିବା ଜଣେ ଅଭିକୁକ୍ତ ଙ୍କୁ ଶେଷରେ ଗିରଫ କରିବାରେ ପୁଲିସ ସଫଳ ହୋଇଛି l ପୁଲିସ ସୂଚନା ଅନୁଯାୟୀ, ମୁରିବାହାଲ ବ୍ଲକ ପତ୍ରାପାଲି(କ)ଗ୍ରାମର ରାଜୁ ଛୁରା(୪୦) ୨୦୧୮ ମସିହାରୁ ତାଙ୍କ ନାମରେ ବିଭିନ୍ନ ସଙ୍ଗିନ ଅପରାଧିକ ମାମଲା ରୁଜୁ ହୋଇଥିଲା ହେଲେ ସେ ଦୀର୍ଘ ଦିନ ଧରି ଧାରଛୁଆଁ ଦେଉନଥିଲେ ଅଭିଯୁକ୍ତ ଜଣକ ମୁମ୍ବାଇରେ ରହି ମଝି ମଝିରେ ଗାଁକୁ ଆସି ମାଡପିଟ ସମେତ ବିଭିନ୍ନ ବେଆଇନ କର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ରହିଛି l ସମ୍ପ୍ରତି ସେ ଗ୍ରାମକୁ ଆସିଥିବା ନେଇ ମୁରିବାହାଲ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା l ଏହାପରେ ପୁଲିସ ଯୋଜନାବଦ୍ଧ ଛଡାଉ କରି ତାଙ୍କୁ ଗିରଫ କରିଥିଲା!ଅଭିଯୁକ୍ତ ନାମରେ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବାରୁ ତାଙ୍କୁ ଜାମିନ ନାମଞ୍ଜୁର ହୋଇଥିଲା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଯାଇଥିବା ମୁରିବାହାଲ ପୁଲିସ ସୂତ୍ରରୁ ଜଣାପଡିଛି l





