ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହାଗାଁ ଠାରେ ବାଘ ଛାଲ ସହ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ନବରଙ୍ଗପୁର (ହିର୍ଲି ଡଙ୍ଗର) ଅଞ୍ଚଳର ସୁକେନ ଗୌଡ଼ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଡହଗାଁ ଠାରୁ ସୁକେନ ଗୌଡ଼ ବାଘ ଛାଲ ବିକ୍ରୀ କରିବା ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଥିଲା। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍ ଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇଥିଲା। ଏବଂ ଅଭିଯୁକ୍ତଙ୍କ ଠାରୁ ବାଘ ଛାଲ, ନଖ ଓ ଦାନ୍ତ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ଏହି ରାକେଟ ପଛରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ସେନେଇ ବନ ବିଭାଗ ଅଧିକ ତଦନ୍ତ ଚଳାଇଥିବା କୁହା ଯାଇଛି। ଏହି ଚଢ଼ାଉରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ସିମାଞ୍ଚଳ ମିଶ୍ର ସହିତ ବେହେରା ସେକ୍ସନ ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ,ବନରକ୍ଷୀ ଲଳିତ ନାଏକ, ପ୍ରଭାସିନୀ ଗୋପାଳ, ଫରେଷ୍ଟ ଗାର୍ଡ ଜଗନ୍ନାଥ ନାଏକ,ପାରାଷ୍ଟାଫ କ୍ଷତ୍ରିଅ ନାଏକ, ମାନସ ସା ପ୍ରମୁଖ ସାମିଲ ହୋଇଥିଲେ।





