ସମାଜସେବୀ ଅନିଲ କୁମାର ତ୍ରିପାଠୀ ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ତରଫରୁ ୧୦୦୧ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ଠେମରା ପଞ୍ଚାୟତ ରେ ଥିବା ନର୍ସରୀ ଠାରେ ସମାଜସେବୀ ଅନିଲ କୁମାର ତ୍ରିପାଠୀ ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ୧୦୦୧ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ସମାଜସେବୀ ଅନିଲ କୁମାର ତ୍ରିପାଠୀ ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଏକ ପଦକ୍ଷେପ ସମଗ୍ର ଓଡିଶା କୁ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିବାସହ ଭୁୟସୀ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ରେଞ୍ଜର ଡମୃଧର ପଧାନ, ସିନ୍ଧେକେଲା ଫରେଷ୍ଟର ହିମାଂଶୁ ଶେଖର ବିହାରୀ, ବଙ୍ଗୋମୁଣ୍ଡା ଫରେଷ୍ଟର ହିମାଂଶୁ ପଣ୍ଡା, ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡ଼ା, ସଞ୍ଜୟ ଅଗସ୍ତି, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, ପୁଷ୍ପ ବେହେରା, ପ୍ରକୃତି ବନ୍ଧୁ ନାରାୟଣ ମିଶ୍ର, ଶୁଶାନ୍ତ ଥନାପତୀ, ନିତ୍ୟାନନ୍ଦ ପୃଷେଠ, ରାଧେଶ୍ୟାମ ମେହେର, ଅଶୋକ ଖମାରୀ ପ୍ରମୁଖ ଙ୍କ ସହ ଯୁବରାଜ ବାଗ, ହେମନ୍ତ ସାହୁ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ସମିତି ସଭ୍ୟ ଙ୍କ ସ୍ବାମୀ ପ୍ରଦୀପ ଭୋଇ, ଘନଶ୍ୟାମ ମନହିରା, ସଞ୍ଜୀବ ଛୁରା, ସୁଧୀର ବଛା, ଗଣେଶ ସାହୁ, ଆନନ୍ଦ ଭରାସଗ୍ରିଆ, ବିଦ୍ୟା ଭରାସଗ୍ରିଆ, ଗୌରହରି ବଛା, ଦୁର୍ଗା ବଛା, ବିରେନ୍ଦ୍ର ସିଂ ମାଝୀ, ମୋହନ ମାଝୀ, ସୁମନ୍ତ ମହାନନ୍ଦ, ଅକୁର ବେହେରା, ମନୋଜ ରଣା, କାନ୍ତ ବଛା, ଗୁରୁବାରୁ ବଛା,ଗୋପବନ୍ଧୁ ବେହେରା, କିଶୋର ବନଛୋର , ଓ୍ବାର୍ଡ ସଭ୍ୟ ଲମ୍ବୋଦର ସଗ୍ରୀଆ, ସଞ୍ଜୟ ଛୁରା, ରାଧେ ମାଝୀ, ରକ୍ଷା ଛତ୍ରିଆ, ଅଲେଖ ବଛା, ସିନ୍ଧେକେଲା ପୋଲିସ ପକ୍ଷରୁ ଏଏସଆଇ ରଞ୍ଜିତ ପ୍ରଧାନ କନଷ୍ଟେବଳ ରାଷ୍ଟ୍ରପତି ରଣା ପ୍ରମୁଖଙ୍କ ସହ ଠେମରା ପଞ୍ଚାୟତ ର ବହୁ ଲୋକ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.