ଚକ୍ଷୁଦାନ ମହାପୁଣ୍ୟ, ତେଣୁ ଚକ୍ଷୁଦାନ କରି ଅନ୍ୟକୁ ଦୁନିଆଁର ଆଲୋକ ଦେଖାଇବା

ଚକ୍ଷୁଦାନ ମହାପୁଣ୍ୟ : ସୁବର୍ଣ୍ଣପୁରରେ ଜାତୀୟ ଚକ୍ଷୁଦାନ ପକ୍ଷ 

ସୋନପୁର,୭/୯ : ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁରରେ ୩୪ ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଆୟୋଜିତ ଏକ ସଚେତନତା ସଭାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ କୁମାର ଗୁରୁ ଅଧ୍ୟକ୍ଷତା କରି ଚକ୍ଷୁଦାନ ମହାପୁଣ୍ୟ, ତେଣୁ ଚକ୍ଷୁଦାନ କରି ଅନ୍ୟକୁ ଦୁନିଆଁର ଆଲୋକ ଦେଖାଇବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଆରମ୍ଭରେ ଜିଲା ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ପକ୍ଷ ଅଗଷ୍ଟ ୨୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲୁ ରହିଥିବା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ଯକ୍ଷ୍ମା ଅଧିକାରୀ ଡ.ପଦ୍ମହଂସା ଦୋରା, ଜିଲା ମେଲେରିଆ ନିରାକରଣ ଅଧିକାରୀ ଡ.ନବକିଶୋର ବେହେରା ପ୍ରମୁଖ ଯୋଗ ଦେଇ ଚକ୍ଷୁଦାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପ୍ରଜ୍ଞା ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟର ସ୍ମୃତିମୟୀ ପ୍ରଧାନ, ଅଂଶୁମାନ ପଣ୍ଡା ଓ ସୌମ୍ୟାଶ୍ରୀ ବସ୍ତିଆ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ପ୍ରମୋଦ କୁମାର ସାହୁ, ସମୀର ପ୍ରଧାନ ପ୍ରମୁଖଙ୍କ ସହ ବିଭାଗୀୟ ସମସ୍ତ କର୍ମଚାରୀ ଓ ନର୍ସିଂ ତାଲିମ କେନ୍ଦ୍ରର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

Pearl dental clinic
Near Ashish Medical Store, Bhawanipatna
https://bit.ly/OBgroup3

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.