ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ଠାରେ ରବିବାର ହୀରୋ ବାଇକ ସୋରୁମ ଉଦ୍ଘାଟିତ ହୋଇଯାଇଛି। ଉଦ୍ୟୋଗ ନର୍ସରୀ କେମ୍ପସ ସମ୍ମୁଖରେ ଏହି ସୋ ରୁମ ରହିଛି। ହୀରୋ ସୋରୁମ ନର୍ଲାରେ ଖୋଲିବା ପରେ ହୀରୋ ବାଇକ ରାଇଡର୍ସଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ହିରୋ ବାଇକ କିଣିବା, ସର୍ଭିସିଙ୍ଗ ପାଇଁ ଭବାନୀପାଟଣା ଯାଇ ଅନେକ ହଇରାଣ ହରକତ ହେଉଥିଲେ। ହେଲେ ଏବେ ନର୍ଲା ଚାରିଛକରେ ହିରୋ ସୋ ରୁମ ଖୋଲିବା ପରେ ଉପଭୋକ୍ତା ଆଶ୍ଵସ୍ଥି ଲାଭ କରିଛନ୍ତି। ଭବାନୀପାଟଣାର ବାବୁଲା ଶତପଥି ଏହି ସୋରୁମ ବୀରେନ୍ଦ୍ର ପଧାନଙ୍କ କମ୍ପ୍ଲେକ୍ସରେ ଖୋଲିଥିବା ଜଣାପଡ଼ିଛି। ସୋରୁମ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ, ସରପଞ୍ଚ ତନୁଜା ହରପାଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ବୀରେନ୍ଦ୍ର ପଧାନ, ଶିକ୍ଷାବିତ ସୁରେଶ ଦାସ, ଦୀପୁ ପାତ୍ର, ସୁଧୀର ରାଉତ, ଲୁଲୁ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ।






