ଖରିପ ଚାଷ ଧାନ ବିକ୍ରି ପାଇଁ ଚାଷୀ ଅସନ୍ତୋଷ, ଆଗ୍ରୀଷ୍ଟାକ୍ ଉପରେ କୃଷକ ସଂଘର ଆଲୋଚନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ କୋକସରା କୃଷକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଆବାହନ କ୍ରମେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁ ଚାଷୀ ଯୋଗଦେଇ ଥିଲେ। ପୁରୁଷୋତ୍ତମ ଦାସ ଗୁପ୍ତାଙ୍କ ସଭାପତିତ୍ବରେ ବୈଠକ ଆରମ୍ଭ କରାଯାଇଥିଲା। ସରକାର ଯେଉଁ ଖରିଫ ଧାନ ବିକ୍ରି ପାଇଁ ଆଣିଥିବା ନୂତନ ଗାଇଡ଼ ଲାଇନ ଓ ଆଗ୍ରୀଷ୍ଟାକରେ ପଞ୍ଜିକରଣକୁ ବାଦ କରାଯାଉ ଏବଂ ଚାଷୀ ଯେମିତି ସୁରୁଖୁରୁରେ ଧାନବିକ୍ରି ପାଇଁ ପଞ୍ଜିକରଣ କରି ପାରିବେ ଓ ଟୋକନ ପାଇବେ ସେନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ସମସ୍ତେ ଚାଷୀଙ୍କ ନିଷ୍ପତି ପରେ ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ କୋକସରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାପାଇଁ ସ୍ଥିର କରାଯାଇଛି। ଏହି ବୈଠକରେ ଚାଷୀ ଜୟଲାଲ ନାଏକ, ତ୍ରିଭୁବନ ନାଏକ, ନବୀନ ନାଏକ, ପଙ୍କଜ ମୁଖ ଚୌଧରୀ, ନିରଞ୍ଜନ ନେଗୀ, ମହେନ୍ଦ୍ର ନେଗୀ, ଶ୍ରୀନିବାସ ପ୍ରଧାନୀ, ରବି ଦାସ,ଅନିଲ କୁମାର ପ୍ରଧାନୀ, ବାବୁ ସାହୁ, ସୁନୀଲ ପ୍ରଧାନୀ, ଲଲାଟେନ୍ଦୁ ପ୍ରଧାନୀ, ନବୀନ କୁମାର ପାଟ୍ଟଯୋଷୀ, ଗୌତମ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ସାହୁ, ଲିଙ୍ଗରାଜ ନାଏକ, ମୁକ୍ତେଶ୍ଵର ନାଏକ, ସୁଶାନ୍ତ ବେହେରା,ତପନ ମୁଣ୍ଡ, ପୁରୁଷୋତ୍ତମ ଝାଙ୍କର, ବି ସତିଶ, କାର୍ତ୍ତିକ ନାଏକ, ନୀଳାମ୍ବର ବାରିକ ଲିଟୁ ମହାନନ୍ଦ ସମେତ ବହୁ ଚାଷୀ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.