କବି ଗଣପତି ନାୟକଙ୍କୁ ରାଜ୍ୟ ସ୍ତରୀୟ କବି ଲେଖକ ସମାବେଶରେ ସାରସ୍ୱତ ସମ୍ମାନ

ପୁରୀ/କଳାହାଣ୍ଡି,୭/୯ : ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ, ପୁରୀର ୩୦ ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ଲେଖକ ସମ୍ମେଳନ ଏବଂ ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ଅବସରରେ କବି ଗଣପତି ନାୟକଙ୍କୁ ପୁରୀରେ ଏହି ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଛି ।

ଅନୁଷ୍ଠାନର ସଭାପତି ସଦାଶିବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ଉଦଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥିଭାବରେ ଯୋଗଦେଇ ଶ୍ରୀ ନାୟକଙ୍କୁ ମାନପତ୍ର, ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏଠାରେ ଉଲ୍ଲେଖ ଥାଉ କି, କବି ଗଣପତିଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳାପଡ଼ା ଭିର୍କପଡ଼ା ଗାଁରେ ଓ ଏହି ଯୁବକବିଙ୍କ କବିତା ଗୁଚ୍ଛ ଘଟାନ୍ତର ଓ ଗଳ୍ପ ସଂକଳନ ବଂଶୀର ବିଳାପ ପ୍ରକାଶ ଲାଭ କରି ପାଠକୀୟ ସ୍ୱୀକୃତି ଲାଭ କରିଛି । କବିଙ୍କ ଏହି ସମ୍ମାନ ନିମନ୍ତେ ତାଙ୍କୁ ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in 

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.