ଅଜିତ ତରିଆ ସଭାପତି, ସଞ୍ଜୟ ବାଗ ସମ୍ପାଦକ
ଓଡ଼ିଆ ବାର୍ତ୍ତା / ମୁରିବାହାଲ (ଅମରେଶ ମାଝୀ): ମୁରିବାହାଲ ସଦର ମହକୁମା ର ୫୫ତମ ଦୁର୍ଗାପୂଜା ମହୋତ୍ସବ ପାଈଁ ଗତ ୧୪ ତାରିଖ ଶୁକ୍ରବାର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଠାରେ ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକ ଆରମ୍ଭ ପୂର୍ବରୁ ପୁରୋହିତ କୁଞ୍ଜବିହାରୀ ଯୋଶୀ ଦୁର୍ଗା ମାଁ ଙ୍କୁ ପୂଜାର୍ଚନା କଲା ପରେ ନୂତନ କର୍ମକର୍ତ୍ତା ମନୋନୟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କ ରେ ଉପସ୍ଥାପନା ସହ ଚଳିତ ବର୍ଷ ର ଦୁର୍ଗାପୂଜା ଆୟୋଜନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା | ପ୍ରଥମେ ଦୁର୍ଗାପୂଜା କମିଟି ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ପୁରନ୍ଦର ତରିଆ ଙ୍କ ସ୍ଵର୍ଗାଲୋକ ହୋଇଥିବାରୁ ତାଙ୍କୁ ୨ ମିନିଟ ର ଏକ ମୌନ ରହି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଚଳିତ ବର୍ଷ ପାଈଁ ଅଜିତ କୁମାର ତରିଆ ସଭାପତି ଓ ଅବିନାଶ ଭୋଇ ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି | ସେହିପରି ସମ୍ପାଦକ ଭାବରେ ସଞ୍ଜୟ ବାଗ, କୋଷାଧକ୍ଷ ଭାବେ ପ୍ରଶାନ୍ତ ମାହାର ଙ୍କୁ ଓ ସହସମ୍ପାଦକ ଜିତେଶ ସେଠ୍, ଲଳିତ ବଘାର ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି | କମିଟି ର ଉପଦେଷ୍ଟା ବରିଷ୍ଠ ସଦସ୍ୟ ହଜାରୁ ପୁଟେଲ, ମକୁନ୍ଦ ପଧାନ, ଯଦୁପତି ଅଗସ୍ତି, ଜିତେନ୍ଦ୍ରିୟ ଭୋଇ, ଯୁଧିଷ୍ଠିର ବଘାର, ଅଗସ୍ତି ବଘାର, ପ୍ରଫୁଲ୍ଲ ବଘାର, ଭୀମସେନ ପଧାନ ପ୍ରମୁଖ ଉପସ୍ଥିତ ଥିବାସହ କାର୍ଯ୍ୟକାରୀ ସଦସ୍ୟ ଅନ୍ତରାମ ପଧାନ, ତପନ ବଘାର, ରୁପେଶ ଶାଣ୍ଢ,ବସନ୍ତ ଭୋଇ, ନିରାକାର ବଘାର, ଜୟକୃଷ୍ଣ ବଘାର, ସେମନ୍ତ ବାଗ, ଜୟଦେବ ଶାଣ୍ଢ ହୃଦାନନ୍ଦ ପଧାନ, ଅଶୋକ ବଘାର, ଲଳିତ ବଘାର, ତ୍ରିଲୋଚନ ବାଗ,ଶ୍ରୀୟାପତି ଅଗସ୍ତି, କାମଦେବ ପଧାନ, ବାଳଗୋପାଳ ବଘାର, ଗୋପୀନାଥ ସେଠ୍, କେଦାର ବଡ଼ଜେନା, ନରେନ୍ଦ୍ର ପଶାୟତ, ସଂଜୀବ ସେଠ୍, ବଳରାମ ବାଗ, ପିକୁନ ପଧାନ, ମଣ୍ଟୁ ପୁଟେଲ, କ୍ଷମାନିଧି ପଧାନ, ଉମେଶ ସେଠ୍, ପଞ୍ଚୁ ସେଠ୍, କୁନୁ ପଧାନ, ସ୍ୱାଧୀନ ବଘାର, ଦୀପକ ହାତୀ, ବଡ଼ ଭୋଇ, ଗୋପେଶ୍ୱର ଭୋଇ, ବଜରଙ୍ଗ ଶାଣ୍ଢ, ସାନ ଭୋଇ, ଉମାକାନ୍ତ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |





