ଆଜି ନୂଆଖାଇ, କାଲି ବଣ୍ଟା ଯାଇଥିଲା ନୂଆ ଧାନ

କଳାହାଣ୍ଡି,୮/୯: ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗଡଜାତ ଅଂଚଳରେ ନୂଆଖାଇ ପର୍ବ ପାଳିତ ହେଉଛି। ଏହି ଅବସରରେ ଭବାନୀପାଟଣାରେ ମଧ୍ୟ ଏହି ପର୍ବ ଧୁମଧାମରେ ପାଳନ କରାଯାଇଛି। ପୂର୍ବରୁ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଧାର୍ଯ୍ୟ କରିଥିବା ଲଗ୍ନ ଅନୁସାରେ ଆଜି ସକାଳ ୯ଟା ୪୦ମି.ରେ ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା।

ଲୋକମାନେ ମଧ୍ୟ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ସେବନ କରୁଛନ୍ତି। ଜୁହାର୍ ଭେଟ୍ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଯାଇଛି।

ନୂଆଖାଇର ଅବ୍ୟବହିତ ପୂର୍ବରୁ ଗତକାଲି ବିଭିନ୍ନ ଅନୁଷ୍ଠାନ ତରଫରୁ ନୂଆ ଧାନ, ଚୁଡା ଓ କୁରେ ପତ୍ର ମାଗଣାରେ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ମଧ୍ୟ ନୂଆଧାନ ବଣ୍ଟନ କରାଯାଇଥିଲା।

ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ନାୟକ, ଶିକ୍ଷକ ଦକ୍ଷ ସାହୁ, ବସନ୍ତ ନାୟକ, ରିତିକ୍ ଜେନା ଓ ସମାଜସେବୀ ହାଡ଼ିବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.