ମୃତ ବାସୁଦେବ ଚିନାଗୁନଙ୍କ ପରିବାରକୁ ସହାୟତାର ହାତ ବଢ଼େଇଲା ବିଜୁ ଜନତା ଦଳ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପରିବାର ପ୍ରତିପୋଷଣ କରୁଥିବା ଛଞ୍ଚାଣବାହାଲି ଗ୍ରାମର ବାସୁଦେବ ଚିଲାଗୁନ (୩୬)ଙ୍କ ପରିବାରକୁ ସହାୟତାର ହାତ ବଢେଇଛି ବିଜୁ ଜନତା ଦଳ। ସୂଚନା ଅନୁସାରେ ବାସୁଦେବଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗତ ଅଗଷ୍ଟ ୧୦ ତାରିଖ ଦିନ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ୧୨ ତାରିଖ ଦିନ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବର୍ତ୍ତମାନ ଘରେ ସ୍ବର୍ଗତ ବାସୁଦେବଙ୍କ ବିଧବା ମା, ସ୍ତ୍ରୀ ସହ ୭ ବର୍ଷ ଏବଂ ୮ ମାସର ଦୁଇଟି ପୁଅ ଅଛନ୍ତି। ରହିବା ପାଇଁ ଘର କହିଲେ ଛପର ଘର, ସାଇ ପଡିସା ହିଁ ସାହା ଭରସା। ଏଭଳି ଦୁଃସ୍ଥିତି ସମୟରେ ଏହି ବେସାହାରା ପରିବାରକୁ ହାତ ବଢେଇଛି ବିଜୁ ଜନତା ଦଳ। ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ନେତୃତ୍ୱରେ ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଲ, ଜିଲ୍ଲା ସଂପାଦକ ଲବଣି ଯାଦବ, ପ୍ରମୋଦ ହଂସ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ଜୟନ୍ତପୁର ନାଏବ ସରପଞ୍ଚ ବାଲମତି ପୁଝାରି, ମହେଶ୍ୱର ଜୁଏଡ଼, ଗଣ୍ଡାରାମ ସାହୁ, ହୁକିମ ଭଇଁସାଲ, ଟଙ୍କ କାଣ୍ଡ ପ୍ରମୁଖ ଛଞ୍ଚାଣବାହାଲି ଗ୍ରାମକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.