ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯାଦବ ଭବନ ଠାରେ ଆସନ୍ତା ୨୦୨୬ ମସିହା ଅଗଷ୍ଟ ୨୦ ତାରିଖ ଗୁରୁବାର ଦିନ ସକାଳ ୧୧ ଘଣ୍ଟା ସମୟରେ କମେଇବୁଢ଼ା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେବ। ଏନେଇ କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ସଭାରେ କମ୍ପାନୀର ବାର୍ଷିକ କାର୍ଯ୍ୟକଳାପ, ଅଡିଟ ଆର୍ଥିକ ବିବରଣୀ, ବାର୍ଷିକ ରିପୋର୍ଟ, ଆଗାମୀ ବର୍ଷର କାର୍ଯ୍ୟଯୋଜନା ଓ ବଜେଟ୍, ଅଡିଟର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆବଶ୍ୟକ ବିଷୟ ଉପରେ ଆଲୋଚନା କରାଯିବ। କମ୍ପାନୀର ସମସ୍ତ ସକ୍ରିୟ ସଦସ୍ୟ/ ଅଂଶୀଦାର ମାନଙ୍କୁ ଏହି ସଭାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶକ ମଣ୍ଡଳୀଙ୍କ ଆଦେଶ କ୍ରମେ କମେଇବୁଢ଼ା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ନର୍ଲା ପକ୍ଷରୁ ଅନୁରୋଧ କରାଯାଇଛି।






