ସାହସୀ ମହିଳା ମୁନି ସିଂଙ୍କୁ ସମ୍ବର୍ଦ୍ଧିତ କଲେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ମହିଳା ଟିମ୍‌ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୀଳଗିରି ତିନିକୋଶିଆ ଜଙ୍ଗଲ ରାସ୍ତାରେ ଡକାୟତଙ୍କ ବନ୍ଧୁକକୁ ଭୟ ନ କରି, ନିଜ ଜୀବନକୁ ବାଜି ଲଗାଇ ଛତା ସାହାଯ୍ୟରେ ବନ୍ଧୁକ ଭାଙ୍ଗି ଅସାଧାରଣ ସାହସିକତାର ପରିଚୟ ଦେଇଥିଲେ ନୀଳଗିରି ଗରଡ଼ିହୀ ପଞ୍ଚାୟତର ଶ୍ରୀମତୀ ମୁନି ସିଂ। ତାଙ୍କର ଏହି ଅତୁଳନୀୟ ବୀରତାକୁ ସମ୍ମାନ ଜଣାଇ ଆଜି ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ମହିଳା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମୀନା ମହାନ୍ତି ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ତରଫରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ମୁନି ସିଂଙ୍କର ଏହି ନିର୍ଭୀକ ସାହସ, ଧୈର୍ଯ୍ୟ ଓ ଦୃଢ଼ତା ଆଜି ସମଗ୍ର ମହିଳା ସମାଜ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି। ଉପସ୍ଥିତ ନେତୃବୃନ୍ଦ ତାଙ୍କର ଏହି ପ୍ରଶଂସନୀୟ ସାହସିକତାକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.