ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ କେଓମାଲ ଉଚ୍ଚ ବିଦ୍ୟାଳୟ ଠାରେ ମମତା, ଜାଗୃତି ତଥା ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ସାପ୍ତାହିକ ଆଇରନ ଫୋଲିକ ଏସିଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ତଥା ମମତା ଏଚଆଇଏମସିର ସଇଁତଳା ବ୍ଲକ୍ ସଂଯୋଜକ ସରୋଜ ଚନ୍ଦନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମମତା ଏଚଆଇଏମସିର ବଲାଙ୍ଗୀର ଜିଲ୍ଲା ସଂଯୋଜକ ଦେବଦତ୍ତ ସା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଇଁତଳାର ଜନସ୍ୱାସ୍ଥ୍ୟ ଅଧିକାରୀ ମୀନା କୁମାରୀ ତ୍ରିପାଠୀ ଯୋଗଦାନ କରି ଆତ୍ମସଚେତନତା, ଯୋଗାଯୋଗ, ନିଷ୍ପତ୍ତି ଗ୍ରହଣ, ସମସ୍ୟା ସମାଧାନ, ଲକ୍ଷ୍ୟ ନିର୍ଦ୍ଧାରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ଜୀବନ କୌଶଳ ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ | ଏହା ସହ ରକ୍ତହୀନତା ପ୍ରତିରୋଧ, ସାପ୍ତାହିକ ଆଇରନ ଫଲିକ ଏସିଡ କାର୍ଯ୍ୟକ୍ରମ ବିଷୟରେ ଜ୍ଞାନ ବୃଦ୍ଧି କରାଇବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଅଭ୍ୟାସକୁ ପ୍ରଭାବଶାଳୀ ଭାବେ ପ୍ରୋସାହିତ କରିବା ନେଇ ଅତିଥିଗଣ ଶିକ୍ଷକଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକର୍ମୀ ସଫିରା ସାଗର, ଆଶା କର୍ମୀ କିଆ ଭୋଇ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।





