ଗାଁ ସାଥି ମେଟ୍ ପକ୍ଷରୁ ବିଡିଓଙ୍କୁ ତିନିଦଫା ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାରଙ୍କ ମନରେଗା ଯୋଜନା ପରିବର୍ତ୍ତନ ହୋଇ ବର୍ତ୍ତମାନ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଏବଂ ଆଜବିକା ମିଶନ ଯୋଜନା ନେଇ ଏବେ ସରକାରୀ ସ୍ତରରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଗାଁ ସାଥି/ ମେଟ୍ ମାନଙ୍କ ମଧ୍ୟରେ ବିଭିନ୍ନ ଦାବିକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜୟପାଟଣା ବ୍ଲକ ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଖଗପତି ନାଏକଙ୍କ ନେତୃତ୍ବରେ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସରୋଜ ରଣା, କଳାହାଣ୍ଡି ଜିଲ୍ଲା କ୍ରୀୟାନୁଷ୍ଟାନ କମିଟିର ସମ୍ପାଦକ ତରୁଣ ନାଏକ, ତପସ୍ଵିନୀ ବାରିକ, ମୋହନ ଠାକୁର, ଗାଁ ସାଥି ମେଟର ଏକ ପ୍ରତିନିଧି ଦଳ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କୁ ଭେଟି ତିନିଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଗାଁ ସାଥି ମେଟ୍ ମାନଙ୍କ ଅଭିଯୋଗ ଅନୁଯାୟୀ ଗାଁ ସାଥି ମେଟ୍ ମାନଙ୍କ ର ବକେୟା ପାରିଶ୍ରମିକ ତୁରନ୍ତ ପ୍ରଦାନ, ଓଡ଼ିଶା ସରକାରଙ୍କ ତା ୨୯/୦୮/୨୦୨୬ ଏବଂ ତା୦୫/୦୯/୨୦୨୬ ରିଖ ରୁଜୁ ହୋଇଥିବା ଉଭୟ ଚିଠି ସଠିକ ଭାବେ କାର୍ଯ୍ୟକାରୀ କରିବା ଯଦି କୌଣସି ଗ୍ରାମରେ ନିୟମ ବହିର୍ଭୁତ ଭାବେ ଦୁଇ ରୁ ଅଧିକ ଗାଁ ସାଥି ଚୟନ ହୋଇଥାନ୍ତି ତାହେଲେ ତଦନ୍ତ କରି ହଟେଇବା ପ୍ରମୁଖ ଦାବି ଜଣାଇଥିଲେ। ଏହି ଦିଗରେ ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।





