ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ତିନି ଦିନିଆ ବନଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ବନବାସୀଙ୍କ ଉନ୍ନତି ପାଇଁ ସମର୍ପିତ ସର୍ବଭାରତୀୟ ସ୍ତରର ସଂଗଠନ ବନବାସୀ କଲ୍ଯାଣ ଆଶ୍ରମ, ଓଡିଶାର ଯୋଜନା ଅନୁଯାୟୀ ହରିୟାଣା ପ୍ରଦେଶର ଆଠଟି ସହରରୁ ଆସିଥିବା ବନଯାତ୍ରୀଙ୍କର ବନଯାତ୍ରା ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଯାଇଛି । ଗୁରୁଗ୍ରାମ ବିଶ୍ଵବିଦ୍ୟାଳୟର କାର୍ଯ୍ଯରତ ରେଜିଷ୍ଟ୍ରାର, ଅବସରପ୍ରାପ୍ତ କୂଳପତି ପ୍ରଫେସର ଅଶୋକ, ପାଞ୍ଚ ଜଣ ଶିକ୍ଷାବିତ, ଦୁଇ ଜଣ ଡାକ୍ତର, ଜଣେ ଓକିଲ, ଏଗାର ଜଣ ପ୍ରତିଷ୍ଠିତ ବ୍ଯବସାୟୀ, ନଅ ଜଣ ଅବସରପ୍ରାପ୍ତ କର୍ମଚାରୀ ତଥା ଚାରିଜଣ ସାମାଜିକ କର୍ମୀ ବନଯାତ୍ରାରେ ସାମିଲ ହୋଇ ଜନଜାତି ଜୀବନକୁ ନିକଟରୁ ଦେଖିବା ସହ ଅଧ୍ୟୟନ କରିଥିଲେ | ସେମାନେ ଜନଜାତିବହୁଳ ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଏଗାର ଗୋଟି ଗ୍ରାମ ଯେଉଁଠି ବନବାସୀ କଲ୍ୟାଣ ଆଶ୍ରମର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଜନଜାତି ସମାଜର ଧର୍ମ, ସଂସ୍କୃତି, ପରମ୍ପରାର ସଂରକ୍ଷଣ ସହ ଶିକ୍ଷା, ସ୍ବାବଲମ୍ବନ, କୃଷି ବିକାଶ ଓ ସ୍ୱାସ୍ଥ୍ଯ ରକ୍ଷା ଦିଗରେ ହେଉଥିବା କାର୍ଯ୍ୟକୁ ଦେଖିଥିଲେ । ଜନଜାତି ସମ୍ପ୍ରଦାୟର ଲୋକେ ଅତିଥିଙ୍କୁ ଭବ୍ୟ ସ୍ୱାଗତ ସହ ଆତିଥେୟତା ପ୍ରଦାନ କରିଥିଲେ । ବନଯାତ୍ରୀଗଣ ଜନଜାତି ଲୋକଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ମୟୁରନୃତ୍ଯ, ବୀର ନୃତ୍ୟ, ସୌରା ନୃତ୍ୟ ସହ ଉଚ୍ଚକୋଟିର ନାମ ସଂକୀର୍ତ୍ତନ୍ୟର ଭୁୟସୀ ପ୍ରଶଂସା କରିଥିଲେ । ଉତ୍ତର କ୍ଷେତ୍ର ନଗରୀୟ କାର୍ଯ୍ଯ ପ୍ରମୁଖ ଶ୍ରୀଜୟଭଗବାନଜୀ ଓ ପ୍ରଦେଶ ଅଧ୍ଯକ୍ଷ ମହେନ୍ଦ୍ର ନରେଶଙ୍କର ନେତୃତ୍ବରେ ବନଯାତ୍ରୀଙ୍କର ଆଗମନ ହୋଇଥିବା ବେଳେ ସହକ୍ଷେତ୍ର ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ଭାଇ, ସହ ଗ୍ରାମବିକାଶ ପ୍ରମୁଖ କୋରାଭାଇ, ଛାତ୍ର ଦୀପକ ଓ ମହିଳା କାର୍ଯ୍ଯକର୍ତ୍ତ୍ରୀ ଶ୍ରୀମତି ବୀଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଭାଟି ମାର୍ଗ ପ୍ରସ୍ତୁତ କରିଥିଲେ । ଛାତ୍ରାବାସ ଓ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ବନବାସୀ କଲ୍ୟାଣ ଆଶ୍ରମ ଦ୍ୱାରା କରାଯାଇଥିବା ଅନୁରୋଧକୁ ବନଯାତ୍ରୀଗଣ ସ୍ୱୀକାର କରିଥଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.