ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ାରେ ୧୧ତମ ଗଜଲକ୍ଷ୍ମୀ ପୂଜା ପାଇଁ ମୃତ୍ତିକା ପୂଜା ଓ ସ୍ଥାପନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି | ଏଥିରେ ଇନ୍ଦ୍ରଜିତ ଥନାପତି ପୂଜକ ଦାୟିତ୍ୱ ତୁଲାଇଥିଲେ | ନିକଟସ୍ଥ ଲାନ୍ଥ ନଦୀକୂଳରୁ ମୃତ୍ତିକା ସଂଗ୍ରହ ପରେ ପୂଜା ଅନୁଷ୍ଠିତ ହୋଇ ମୃତ୍ତିକାକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା | ସାଂସଦ ପ୍ରତିନିଧି ଅକ୍ଷୟ ରଣା, ସରପଞ୍ଚ ନରେନ୍ଦ୍ର କଲେତ, ଆନନ୍ଦ ପାତ୍ର, ବିରଞ୍ଚି ରଣା, ଚାନ୍ଦ କଲେତ, ଦଶରଥ ରଣା, ଭକ୍ତ ରଣା, ଟିକେଚନ ସେଠ, ନବୀନ ରଣା, ତ୍ରିନାଥ ରଣା, ହରେକୃଷ୍ଣ ରଣା, ବିକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ | ଆସନ୍ତା ଅକ୍ଟୋବର ମାସ ୨୪ ତାରିଖ ଅଧିବାସ ଅନୁଷ୍ଠିତ ହେଵ | ୨୫ ତାରିଖରୁ ୨୮ ତାରିଖ ଯାଏ ପୂଜା ଅନୁଷ୍ଠିତ ହେଵ | ସାଂସଦ ପ୍ରତିନିଧି ଅକ୍ଷୟ ରଣା କର୍ତ୍ତା ଦାୟିତ୍ୱ ତୁଲାଇବେ | ଏହି ଅବସରରେ ଦଣ୍ଡନୃତ୍ୟ, ସଂକୀର୍ତ୍ତନ୍ୟ ଧାରା, ନାଟକ, ଅର୍କେଷ୍ଟ୍ରା ଆଦି କାର୍ଯ୍ୟକ୍ରମ ସହ ମୀନା ବଜାର ମୁଖ୍ୟ ଆକର୍ଷଣ ରହିବ | ଏବର୍ଷ ପୂଜା ବହୁ ଯାକଜମକରେ ଆୟୋଜନ ନେଇ ସିଦ୍ଧାନ୍ତ ହୋଇଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ |





