ନର୍ଲା ଏନଏସିରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବିଧାନ ସଭାରେ ବିଧାୟିକାଙ୍କ ପ୍ରଶ୍ନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏବେ ବିକାଶମୁଖୀ। ତଥାପି ଅନେକ କିଛି ସମସ୍ୟା ପୂର୍ବରୁ ରହି ଆସିଥିବା ବେଳେ ନର୍ଲା ବିଧାୟିକା ମନୋରମା ମହାନ୍ତି ଏବେ ସେହି ସମସ୍ୟା ଗୁଡିକୁ ସମାଧାନ ପାଇଁ ନିରନ୍ତର ଚେଷ୍ଟିତ। ଏହି କ୍ରମରେ ବିଧାୟିକା ଶ୍ରୀମତୀ ମହାନ୍ତି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କୁ ନର୍ଲା ଏନଏସି ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସରକାରଙ୍କ କି ବ୍ୟବସ୍ଥା ରହିଛି ବୋଲି ବିଧାନ ସଭାରେ ପ୍ରଶ୍ନକାଳ ସମୟରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୌରସଂସ୍ଥା ଗୁଡିକ ଆବଶ୍ୟକତା ଅନୁସାରେ ଜାଗା ଚିହ୍ନଟ କରି ସରକାରଙ୍କୁ ପ୍ରସ୍ତାବ ଦେଇଥାନ୍ତି। ନର୍ଲା ଏନଏସି ଠାରୁ ଅଦ୍ୟାବଧି କଲ୍ୟାଣ ମଣ୍ଡପ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ତର୍ଜମା ପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.