ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ପଦୋନ୍ନତି ମିଳିଥିବା ବେଳେ ଶିକ୍ଷକ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି। ମିଳିଥିବା ସୁଚନା ମୁତାବକ ଜୟପାଟଣା ବ୍ଲକ ରେ ୫୯ ଜଣ କନିଷ୍ଠ ଶିକ୍ଷକ ରହିଥିବା ବେଳେ ଲେଭଲ -୫ ଏ ରୁ ଲେଭଲ -୫ ବି କୁ ପଦୋନ୍ନତି ହୋଇଛନ୍ତି। ସେଥିମଧ୍ୟରୁ କ୍ୟାଟେଗୋରୀ -୧ ରେ ୨୭ ଜଣ ଏବଂ କ୍ୟାଟେଗୋରୀ -୨ ରେ ୩୨ ଜଣ ଶିକ୍ଷକ ପଦୋନ୍ନତି ପାଇଥିବା ବେଳେ ଲେଭଲ -୫ ବି ରୁ ପାଞ୍ଚ ଜଣ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ଅଣେଇଶି ଜଣ ସ୍ନାତକ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାବରେ ବିଭିନ୍ନ ଲେଭଲ ରେ ପଦୋନ୍ନତି ପାଇ ସର୍ବମୋଟ ୧୦୧ ଜଣ ଶିକ୍ଷକ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଯୋଗଦାନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଜାରି ହୋଇଥିବା ଆଦେଶ ନାମା ଅନୁଯାୟୀ ବ୍ଳକ ଶିକ୍ଷା ଅଧିକାରୀ ଙ୍କ ମାଧ୍ୟମ ରେ ସମସ୍ତ ପଦୋନ୍ନତି ପ୍ରକ୍ରିୟା କୁ ଶୃଙ୍ଖଳାର ସହିତ ସମ୍ପନ୍ନ କରାଯାଇଥିବାରୁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ପକ୍ଷରୁ ସଭାପତି ପ୍ରମୋଦ କୁମାର ଠାକୁର ତଥା ସମ୍ପାଦକ ତଥା ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଲଲିତ କୁମାର ନାଏକ ଙ୍କ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ବେଳେ ପଦୋନ୍ନତି ପାଇ ଥିବା ଶିକ୍ଷକ ମାନଙ୍କୁ ଉପଢୌକନ ସହ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୂତନ ଶିକ୍ଷକ ଭାବରେ ପଦୋନ୍ନତି ପାଇ ଥିବା ଶିକ୍ଷକ ମାନେ ଶିକ୍ଷା ବିଭାଗ କୁ କୃତଜ୍ଞତା ଜ୍ଞାପନ କରିବା ସହିତ ନୂଆ ଦାୟିତ୍ବ କୁ ନିଷ୍ଟା ର ସହ ପାଳନ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।





