ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ଜନତା ମଇଦାନସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପୂଜ୍ୟ ମହାତ୍ମା ଗାନ୍ଧୀ ଓ ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଦଳର ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପାଳିତ କରାଯାଇଛି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ବିଜୟ ବେହେରା, ରାଜ୍ୟ ସମ୍ପାଦକ ଗୁରୁବାରୀ ନାୟକ, ରାଜ୍ୟ ଯୁବ ଜନସଭା ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ନୟାଗଡ଼ ଜିଲ୍ଲା ସଭାପତି ହୁଲାସ ବାରିକ, ପାର୍ଟି ସଂଗଠକ ଡମ୍ବରୁଧର ଖର୍ସେଲ, ଯୁବ ନେତା ସନ୍ତୋଷ ବାଗ ଓ ତୋଫାନ ନାଏକଙ୍କ ସମେତ ଅନ୍ୟମାନେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାଦର୍ଶ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।





