ନର୍ଲା ବ୍ଲକରେ ନୂତନ ସିଆରସିସିଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଖାଲି ପଡ଼ିଥିବା ଚାରୋଟି କ୍ଲଷ୍ଟରରେ ଚାରି ଜଣ କ୍ଲଷ୍ଟର ସାଧନ ସଂଯୋଜକ ଯୋଗଦେଇଛନ୍ତି । ରୁପ୍ରା କ୍ଲଷ୍ଟର ପାଇଁ ଯୁଗଳ ବିଶ୍ୱାଳ, ଶ୍ରୀପୁର କ୍ଲଷ୍ଟର ପାଇଁ ଆଲୋକ ଭୋଇ, ଘୋଡ଼ାବନ୍ଧ କ୍ଲଷ୍ଟର ପାଇଁ ଚୌଧୁରୀ ମାଝୀ ଓ ପର୍ବାଙ୍ଗୀ କ୍ଲଷ୍ଟର ପାଇଁ ଆଲୋକ ପାତ୍ର ଦାୟିତ୍ୱ ନେଇଛନ୍ତି । ଏହା ପୂର୍ଵରୁ ଗତ ଅଗଷ୍ଟ ୮ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ଡିଆଇଇଟି କଳାହାଣ୍ଡିଙ୍କ ତତ୍ତ୍ୱାବଧାନରେ ଏକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଚୟନ ହୋଇଥିବା ସମସ୍ତ ସିଆରସିସିଙ୍କୁ ଆଗାମୀ ୫ ବର୍ଷ ପାଇଁ ସିଆରସିସି ପଦ ପାଇଁ ଅବସ୍ଥାପିତ କରାଯାଇଛି। ନୂତନ ଭାବରେ ଯୋଗଦେଇଥିଵା ସମସ୍ତ ସିଆରସିସିଙ୍କୁ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀଙ୍କ ସହ ଅନ୍ୟ ସିଆରସିସିମାନେ ସ୍ୱାଗତ ସମ୍ୱର୍ଦ୍ଧନା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.