ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଭୀମକେଲା କ୍ଲଷ୍ଟର ଅନ୍ତର୍ଗତ ଡେଣ୍ଡ୍ରୋବାହାଲି ପ୍ରାଥମିକ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିଜୟ ସୁନାଙ୍କ ସମନ୍ୱୟରେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁଷ୍ପକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକଟି ଆୟୋଜିତ ହୋଇଥିଲା। ବୈଠକରେ କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ଶିକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ, ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକକୁ ସଫଳ କରିବାରେ କ୍ଲଷ୍ଟରର ଦାଶ ମାଝୀ, ସୁରେଶ ଶର୍ମା, ପୁଷ୍ପା ମାଝୀ ଓ ମିନିକେତନ ତାଣ୍ଡି ସହଯୋଗ କରିଥିଲେ। ବୈଠକରେ କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ବିକାଶ ନେଇ ନିଜ ନିଜ ମତ ରଖିଥିଲେ। ବୈଠକ ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।





