ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ କାଲିକ୍ଷେତ ଗାଁରେ ମେରା ଭାରତ ମହାନ, ବଲାଙ୍ଗୀର ଆନୁକୂଲ୍ୟରେ ତଥା ସ୍ୱାଗତ ସେବା ସଙ୍ଘ, କୁମ୍ଭାରୀର ସହଯୋଗୀତାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ୱାର୍ଡ଼ ସଭ୍ୟ ବେଲାରସେନ ବଗର୍ତ୍ତୀ ଅଧ୍ୟକ୍ଷତା କରିଥିଲେ | ସଙ୍ଘର ସମ୍ପାଦକ ପ୍ରକୃତି ବନ୍ଧୁ ଝସକେତନ ରଣା ସଭା ସଂଯୋଜନା କରିଥିଲେ | ତାଲିମଦାତା ଜୟନ୍ତ ରଣା, ବେଦବର ରଣା ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସେବା ଯତ୍ନ, ସମ୍ମାନ, ଉଦ୍ଦିଷ୍ଟ ସରକାରୀ ସୁବିଧା, ସୁଯୋଗ, ତୀର୍ଥଯାତ୍ରା ଆୟୋଜନ ଆଦି ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ | ଏହି ଅବସରରେ ଦେବହରି ବଗର୍ତ୍ତୀ, ଦୁର୍ଜନ କଠାର, କୁଞ୍ଜବିହାରୀ ବଗର୍ତ୍ତୀ, ଡମନ କଠାର ପ୍ରମୁଖ ବରିଷ୍ଠ ନାଗରିକଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା | ଶେଷରେ ସଞ୍ଜୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ | ବହୁ ସଂଖ୍ୟାରେ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |





