ପାର୍ସାଲି ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପାର୍ସାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗମାଙ୍ଗ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠି ଶିକ୍ଷାଧିକାରୀ ପ୍ରତିଶୃତି ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବଙ୍ଗାରୀ ରହିଥିବା ବେଳେ ପାର୍ସ|ଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାମ ଶିକକା,ବରିଷ୍ଠ ଶିକ୍ଷକ ସଞ୍ଜୟ ଝାଲିଆ, ସିଙ୍ଗାରି, କରପା, କଲ୍ୟାଣ ସିଂହପୁର ଆଞ୍ଚଳିକ ସାଧାନ ସଂଯୋଜକ ଗୁଲସନ ବଚ୍ଛା, ନୟନ କୁମାର ଦାସ, ମଧୁସଦନ ସେନାପତି ସାନମାନୀୟ ଅତିଥି ଭାବେ ମଞ୍ଚାସିନ ରହି ଶିଶୁ ମାନଙ୍କ ଭିତରେ ରହିଥିବା ଅନ୍ତରିଣ ଗୁଣର ବିକାଶ ଓ ପ୍ରତିଭାର ସଠିକ୍ ପରିପ୍ରକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଲଷ୍ଟର ସଂଯୋଜକ ଭାସ୍କର କାଡ୍ରାକା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତପସ୍ପିନୀ ଖଣ୍ଡେଇ ଓ ଜୟରାମ କୁଲିସିକା ସୁଚାରୁ ରୂପେ ମଞ୍ଚ ପରିଚାଳନା ଦାୟିତ୍ୱରେ ରହିଥିଲେ । ଏହି ମହୋତ୍ସବରେ କ୍ଲଷ୍ଟର ଅଧୀନସ୍ଥ ୯ଟି ବିଦ୍ୟାଳୟରୁ ପ୍ରାୟ ୨୦୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ କର କାମଳ ରୁ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନେ ଆଗାମୀ ବ୍ଲକ ସ୍ତରୀୟ ‘ସୁରଭି’ ମହୋତ୍ସବରେ ପ୍ରତିନିଧିତ୍ୱ କରିବେ ବୋଲି ସିଆରସିସି ଶ୍ରୀ କାଡ୍ରାକା ସୂଚନା ଦେଇଛନ୍ତି । କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଅରକ୍ଷିତ କୌଶଲ୍ୟା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ସେହିପରି ମାଝୀଗୁଡା କ୍ଲଷ୍ଟର ଓ ନାରାୟଣପୁର କ୍ଲଷ୍ଟର ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬ ପାଳିତ ହୋଇଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.