ଜୁନାଗଡ଼ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହରର ଡଙ୍ଗାଘାଟ ପଡ଼ାଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଡଙ୍ଗାଘାଟ ପଡ଼ାରେ ଅବସ୍ଥିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରାଯାଇ ମହାନ ଜନନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମିଡିଆ କ୍ଲବ, ଜୁନାଗଡ଼ର ସଭାପତି ଆଦିତ୍ୟ ମହାନ୍ତି, ସମ୍ପାଦକ ବିଜୟ ଭୂଷଣ ଦଣ୍ଡସେନା, କୋଷାଧ୍ୟକ୍ଷ ସ୍ୱାସ୍ତିଦୀପ ଆଦିତ୍ୟଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶିବରାମ ରାଉତ ଓ କିଶନଲାଲ ଶର୍ମା,ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଏବଂ ଗୋପବନ୍ଧୁ କ୍ଲବର ସଦସ୍ୟମାନେ ଯୋଗଦେଇଥିଲେ। ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅତୁଳନୀୟ ତ୍ୟାଗ, ସେବା, ମାନବିକତା ଓ ଆଦର୍ଶ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସମାଜସେବା ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ଦୈନିକ ଖବରକାଗଜ ‘ସମାଜ’ର ଜୁନାଗଡ଼ ପ୍ରତିନିଧି ମୁକେଶ ଅଗ୍ରୱାଲ ଉପସ୍ଥିତ ସମସ୍ତ ଅତିଥି, ସାମ୍ବାଦିକ ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.