ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ମରୁଡି

ତୁରନ୍ତ ପଦବୀ ପୁରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଅଧ୍ୟୟନରତ ଶିକ୍ଷକ

Omkar Vasthu
Omkar Vasthu

ବଲାଙ୍ଗିର,୧୪/୯ : ବଲାଙ୍ଗିର ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳରେ ସ୍ଥାୟୀ ଅଧ୍ୟାପକ ନଥିବାରୁ ତାଲିମ ଗ୍ରହଣରେ ଗୁରୁ ଛାତ୍ର (ଅଧ୍ୟୟତ ରତ ଶିକ୍ଷକ) ମାନଙ୍କ ଅନେକ ଅସୁବିଧା ସୃଷ୍ଟି ହୋଇ ଶିକ୍ଷା ଗ୍ରହଣ ବାଧାପ୍ରାପ୍ତ ହେଉଛି । ଏହି ମହାବିଦ୍ୟାଳୟରେ ଗତ କିଛି ବର୍ଷ ହେବ ସ୍ଥାୟୀ ଭାବେ କୌଣସି ଅଧ୍ୟାପକ ନିଯୁକ୍ତ ହୋଇନଥିବାରୁ ତାଲିମ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇ ଆସୁଛି ।ଅନେକ ଥର ଏବିଷୟରେ ବିଭାଗିୟ ଅଧିକାରୀ ମାନଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କିଏ କର୍ଣ୍ଣପାତ କରିନାହାନ୍ତି ବୋଲି ଅଧ୍ୟୟନରତ ଶିକ୍ଷକ ମାନେ ପ୍ରକାଶ କରିଛନ୍ତି । ଯଦି ଯଥାଶିଘ୍ର ସ୍ଥାୟୀ ଅଧ୍ୟାପକ ପଦବୀ ପୁରଣ ନହୁଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଦ୍ଧ୍ୟ ହେବେ ବୋଲି କହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅଧ୍ୟୟନରତ ଶିକ୍ଷକ ମାନଙ୍କ କହିବା ଅନୁସାରେ ସେମାନେ ଠିକ ଭାବରେ ତାଲିମ ପାଇ ପାରୁନଥିବା ବେଳେ ଏଠାରୁ ଉତିନ୍ନ ହେବାପରେ ଯେଉଁ ବିଦ୍ୟାଳୟକୁ ଯାଇ ଶିକ୍ଷା ଦାନ କରିବେ ସେଠାରେ କେମିତି ଛାତ୍ର ଛାତ୍ରୀ ମାନଙ୍କୁ ପଢାଇବେ ଓ ସେମାନଙ୍କ ସ୍ବପ୍ନ ସାକର କରିବେ । ତେଣୁ ଏଦିଗରେ ବିଭାଗିୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଅଧ୍ୟାପକ ପଦବୀ ପୁରଣ କରିବାକୁ ଅଧ୍ୟୟତରତ ଶିକ୍ଷକ ମାନେ ଦାବି କରିଛନ୍ତି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.