ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ାରେ ୧୧ତମ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି| ମହିଳାଙ୍କ ଦ୍ୱାରା ନିକଟସ୍ଥ ଜଳାଶୟରୁ ଜଳ ସଂଗ୍ରହ ପରେ ଜଳପୂର୍ଣ୍ଣ କଳସକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା| ଟିକ୍ରାପଡ଼ା ଘଣ୍ଟ ବାଦକ ଦଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ| ଅକ୍ଷୟ ରଣା, ଆକାଶୀ ରଣା କର୍ତ୍ତା ରହିଥିବା ବେଳେ ଗୌର ସୁଆର ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି| ପପୁନ ପଣ୍ଡା ବ୍ୟାସ ରହିଛନ୍ତି| ପୂଜା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ମୀନା ବଜାର ମୁଖ୍ୟ ଆକର୍ଷଣ ରହିବ| ରାତ୍ରରେ ଦଣ୍ଡନୃତ୍ୟ, ସଂକୀର୍ତ୍ତନ ଧାରା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ| ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି|





