କୋକସରାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରେ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ କଲେଜ ଛକଠାରୁ ପଦଯାତ୍ରା ଆରମ୍ଭ ହୋଇ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ଏକ ସଭା ଆୟୋଜିତ ହୋଇଥିବା ବେଳେ ପରେ କୋକସରା ଧାନ ମଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା। ବସଷ୍ଟାଣ୍ଡ ଠାରେ ଏନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଥବିର ପ୍ରସାଦ ସାହୁ, ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ଜିଲ୍ଲା ବିଜୁ ଯୁବ ଜନତାଦଳ ସଭାପତି ଅବିନାଶ ଠାକୁର, ରାଜ୍ୟ ଉପସଭାପତି ମଣ୍ଟୁ ନାଏକ, ରାଜେନ୍ଦ୍ର ନାଏକ, ଋତୁରାଜ ମାଝୀ, ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ତିୱାରୀ, ଧର୍ମଗଡ଼ ବ୍ଲକ ସଭାପତି ଡାକେଶ୍ୱର ଲହଜଳ, ସଂଯୁକ୍ତା ବେହେରା, ପ୍ରଭାରୀ କଲ୍ୟାଣୀ ନାଏକ, ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ, ଆମପାଣି ସରପଞ୍ଚ ତଥା କୋକସରା ବ୍ଲକ ମହିଳା ସଭାନେତ୍ରୀ ରୁକ୍ମଣୀ ବାଣୁଆ, ଜିଲ୍ଲା ସମ୍ପାଦିକା ଅଞ୍ଜନା ଦୁର୍ଗା, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଗୌର ବାଗ, ଧବଳେଶ୍ୱର ନାଗ, ଦୁର୍ଗା ପ୍ରସାଦ ନାଏକ, ମଙ୍ଗଳୁ ଭାଟି ଓ ପଙ୍କଜମୁଖ ଚୌଧୁରୀ, ମହେଶ ଗୁପ୍ତା,, ମୁକ୍ତେଶ୍ଵର ନାଏକ, ମାନସ ବେହେରାଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। ସଭାରେ ଦଳୀୟ ନେତାମାନେ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟଧାରାକୁ ନେଇ ସମାଲୋଚନା କରିଥିଲେ। ଏଥିସହ ଜନସାଧାରଣଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ଓ ଦଳୀୟ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ ନେତା, କର୍ମକର୍ତ୍ତା ଓ ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସଭା ଶେଷରେ ବଲାଙ୍ଗୀର ଜୋନ ସଭାପତି ମନିନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.