ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟ୍ଟା ସରକାରୀ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜୟପାଟଣା ର ସିଭିଲ ଜଜ୍ ଆଶିତ କୁମାର ସାହୁ, ସୁଶ୍ରୀ ସଙ୍ଗୀତା ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ବରିଷ୍ଠ ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା,ଅସରଫ୍ ଅଲ୍ଲୀ, କୁମୁଦ ଚନ୍ଦ୍ର ପ୍ରଧାନ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଲିଆଭଟ୍ଟା ବିକ୍ରମ ସିଂହ ମାଝୀ, ଉମାଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୋଫାନ ମାଝୀ, ଜୟପାଟଣା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମନ୍ତ ଧରୁଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋକସରା ସଞ୍ଜିବ କୁମାର ପାଢ଼ୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଲଲିତ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଆଜି ଉଦଯାପନୀ ସନ୍ଧ୍ୟାରେ ସନ୍ଧ୍ୟାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଅଧ୍ୟକ୍ଷତା କରିଥିବାବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବରେ ଜୟପାଟଣା ତହସିଲଦାର ସୁଶ୍ରୀ ଦିପ୍ତିରେଖା ବାଗ, କଳାହାଣ୍ଡି ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ସୁରେନ୍ଦ୍ର ମୋହନ ଯୋଶୀ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ପ୍ରମୋଦ କୁମାର ଠାକୁର, କୁମୁଦ ଚନ୍ଦ୍ର ପ୍ରଧାନ, ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା ଯୋଗଦେଇ ଥିଲେ। ସମଗ୍ର କାର୍ଯ୍ୟକ୍ରମ ଟିକୁ ଅତିରିକ୍ତ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପଣ୍ଡା ଏବଂ ଲଲିତ କୁମାର ନାଏକ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ କରିଥିଲେ ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଏହା ପରେ କୁନି କୁନି ଛାତ୍ର ଛାତ୍ରୀ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରିୟଙ୍କା ଶୁକ୍ଳା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





