ଓଡ଼ିଆ ବାର୍ତ୍ତା/ ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ମହୁଲପାଳ ଗ୍ରାମରେ ଢେଙ୍କାନାଳ ଜିଲାର ଦ୍ୱିତୀୟ ବୃହତମ ଲକ୍ଷ୍ମୀପୁଜା ଅନୁଷ୍ଠିତ ହେଉଛି। ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଆଜି (ସୋମବାର) ଭସାଣି ସହ ସମାପନ ହେବ। ଚିତ୍ତାକର୍ଷକ ତୋରଣ ସହିତ ଆଲୋକମାଳାରେ ମଣ୍ଡପ ପରିସର ସୁସଜ୍ଜିତ ହୋଇଛି। ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ମେଲୋଡି ପୋଗ୍ରାମ ହେଉଛି। ଦୂରଦୁରାନ୍ତରୁ ଶ୍ରଦ୍ଧାଲୁମାନେ ଆସି ମା ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି। କିନ୍ତୁ ଗୋଟିଏ ଦୁଃଖ ମହୁଲପାଳ ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତା। ଦିନକୁ ଦଶ ହଜାର ଗାଡି ଯିବା ଆସିବ କରୁଛି। ଏହି ଗ୍ରାମର ବାସିନ୍ଦାମାନେ ପେଟକୁ କାଟି ଲକ୍ଷ୍ମୀପୁଜା ପାଳନ କରୁଛନ୍ତି। କିନ୍ତୁ ଗାଡି ଗୁଡିକ ଲଗାତାର ଚଳିବା ଦ୍ୱାରା ପୂଜାର ମାହୋଲ ଖରାପ ହୋଇଯାଉଛି। ପୂଜା ସମୟତକ ଗାଡି ଗୁଡିକ ଗାଁ ବାହାରେ ଛଡା ଯାଇଥିଲେ ଏପରି ଅସୁବିଧା ହୋଇନଥାନ୍ତା। ଗାଡି ଗୁଡିକ ଆସି ଗେଟ ଆଉ ଲାଇଟ ଗୁଡାକ ଭାଙ୍ଗି ଦେଉଛନ୍ତି। ଏପଟେ ଚାଲିକରି ଯାତ୍ରା ବୁଲିବା ମଜା ଗୋଟେ ନିଆରା କିନ୍ତୁ ଏହା ମହୁଲପାଳ ଗ୍ରାମରେ ବୁଲିବା ଗୋଟେ ସ୍ବପ୍ନ। ତେଣୁ ମହୁଲପାଳ ଗ୍ରାମବାସିଙ୍କର ଗୋଟିଏ ଦାବି ତୁରନ୍ତ ବାଇପାସ କରାଯାଉ ଏବଂ ନହେବା ଯାଏ ଗାଁ ମଧ୍ୟରେ ଚାରୋଟି ସ୍ପୀଡ଼ ବ୍ରେକର ଲଗାଯାଉ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ରାସ୍ତା ବାଇପାସ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ, ପୂର୍ତ୍ତି ବିଭାଗ ମନ୍ତ୍ରିଙ୍କୁ ଦାବି କରି କରି ଥକିଲେଣି ଗ୍ରାମବାସୀ କିନ୍ତୁ କେହି ଶୁଣୁନାହନ୍ତି।





