ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ନାଗବାଚା ଗୁଡ଼ିରେ ୩୦ତମ ନାଗବାଚା ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ଲାନ୍ଥ ନଦୀ ତଟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଘାଟ ପୂଜା କରାଯିବା ପରେ ବରୁଆଙ୍କ ଶରୀରରେ ଚଣ୍ଡି, ଦୁର୍ଗା, କାଳୀ, ମହାଦେବ, ଭଏଁରୋ, ଲାନ୍ଥବୁଢା ଆଦି ଦେବୀ ଦେବତାଙ୍କ ପ୍ରବେଶ ପର୍ବ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ନରେନ୍ଦ୍ର କଲେତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁ ଯୋଗୀ ରଣା, ବିଶ୍ୱମ୍ଭର କଲେତ ମାର୍ଗଦର୍ଶକ ରହିଥିଲେ। ଖଗେଶ୍ଵର କଲେତ, ବୈଷ୍ଣବ ତାଣ୍ଡି, ରାଜକୁମର କଲେତ, ଢେଲା କଲେତ, ସୁରିନ କଲେତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





