ଅଲଣ୍ଡା ପଞ୍ଚାୟତର ୨୨ତମ ଆଞ୍ଚଳିକ ଗିରି ଗୋବର୍ଦ୍ଧନ ପୂଜା

ଓଡ଼ିଆ ବାର୍ତ୍ତା/ ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳ ଅଲଣ୍ଡା ପଞ୍ଚାୟତର ୨୨ତମ ଆଞ୍ଚଳିକ ଗିରି ଗୋବର୍ଦ୍ଧନ ପୂଜା ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଯାଇଛି । ଏଥିପାଇଁ ସୋମବାର ଦିନ ସଂନ୍ଧ୍ୟାରେ ବୁଞ୍ଜିପଦର ଟୋଙ୍ଗଜୋରରୁ ପ୍ରଥମେ କଳସ ଯାତ୍ରା କରାଯାଇଥିଲା । ମଙ୍ଗଳବାର ଦିନ ସକାଳୁ ୮ରୁ ପୂଜା ଆରମ୍ଭ କରିବା ସହ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ଏଥିରେ ପୂଜକ ଦାୟିତ୍ଵ ତୁଲାଇଥିଲେ ଟିକୁ ଦାଶ ଓ ଜପକ ମିନିକେତନ ପଣ୍ଡା । କର୍ତ୍ତାଥିଲେ ଦମ୍ପତି ନରହରି ପୁଞ୍ଜି, ପୁତୁନା ପୁଞ୍ଜି । ମୂଖ୍ୟ ଅତିଥି ହିସାବରେ ଯୋଗ ଦେଇଥିଲେ କଣ୍ଟାବାଞ୍ଜି ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଉତ୍କଳ ଯାଦବ ମହାସଭା ସମାଜର ସାଧାରଣ ସମ୍ପାଦକ ମନୋଜ ହାତୀ, ସିନ୍ଧେକେଲା ସମିତି ସଭ୍ୟ ଭୋଲା ନାଥ ବେହେରା, ପୂର୍ବତନ ସରପଞ୍ଚ ଅର୍ଜୁନଯାଦବ, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ, ହୁତାଶନ ବଗର୍ତ୍ତି । ପୂଜା ଦେଖିବାକୁ ସଂଧ୍ୟାରେ ଶହ ଶହ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ‌। ପାରମ୍ପାରିକ କାର୍ଯ୍ୟକ୍ରମରେ ଗଉଡ଼ ବାଡ଼ି ଖେଳ ଓ ମହିଳା ଦଣ୍ଡନାଚକୁ ଦର୍ଶକ ରାତି ସାରା ଉପଭୋଗ କରିଥିଲେ । ଏଥିରେ ସହଯୋଗ କରିଥିଲେ ଗିରି ଗୋବର୍ଦ୍ଧନ ପୂଜା କମିଟୀର ସଭାପତି ସୁରେଶ ନାଗ, ସମ୍ପାଦକ ଭୁଜ ବଗର୍ତ୍ତି , କନ୍ଦର୍ପ କାଣ୍ଡ, ଯଜ୍ଞ କାଣ୍ଡ, ପବିତ୍ର କାଣ୍ଡ, ପ୍ରଭା କାଣ୍ଡ, କୃପିସିନ୍ଧୁ ନାଗ, ପକ୍ଷିରାଜ ବଗର୍ତ୍ତି, ଧର୍ମୁ ହଂସ, କାଳିଆ ହଂସ, କପୁର ସାଏ ବଗର୍ତ୍ତି, ଲଚିନ ବଗର୍ତ୍ତି, ଓକିଲ ବଗର୍ତ୍ତି, ହରିଶ ବଗର୍ତ୍ତି, ଝସକେତନ ନାଗ, ଅନନ୍ତ ବାଗ, କାଳିଆ ଘିଭେଲା, ମାର୍ଗଶିର ବଗର୍ତ୍ତି ପ୍ରମୁଖ । ଶେଷରେ ବୁଧବାର ଦିନ ସକାଳୁ ନାମ ଯଜ୍ଞ ପରିସମାପ୍ତି କରି ପୂଜା ଶେଷ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.