ବେନଗାଁ ଟେନିସ୍ କ୍ରିକେଟ୍ ଲିଗ୍ ସିଜନ୍-୩: ଭୈରବୀ ଏକାଦଶକୁ ହରାଇ ରିୟାଂଶୀ ଏକାଦଶ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବେନଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଜାରପଡ଼ା ଖେଳପଡ଼ିଆରେ ଚାଲିଥିବା ବେନଗାଁ ଟେନିସ୍ କ୍ରିକେଟ୍ ଲିଗ୍-୨୦୨୬ ସିଜନ୍-୩ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ମାଁ ଭୈରବୀ ଏକାଦଶକୁ ପରାସ୍ତ କରି ରିୟାଂଶୀ ଏକାଦଶ ଚମ୍ପିୟାନ ହେବାର ଗୌରବ ହାସଲ କରିଛି।ଫାଇନାଲ ମ୍ୟାଚ୍‌ରେ ରିୟାଂଶୀ ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ମାଁ ଭୈରବୀ ଏକାଦଶ ୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୭୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରିୟାଂଶୀ ଏକାଦଶ ୯ ଓଭରରେ ୬ଟି ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସୁନୀଲ ସୁନାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍, ଟୁକୁ ସୁନାନୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ଅଜୟ କୋଇଶଲ୍ୟଙ୍କୁ ବେଷ୍ଟ ୱିକେଟ୍ କିପର, ବିକାଶ ଦୋରାଙ୍କୁ ବେଷ୍ଟ ସିକ୍ସର ଏବଂ ଚିତ୍ର ଦୋରାଙ୍କୁ ବେଷ୍ଟ କ୍ୟାଚର ପୁରସ୍କାର ପ୍ରଦାନ କରାଯାଇଥିଲା।ଫାଇନାଲ ମ୍ୟାଚ୍‌ରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଁ ହୀରାନୀଳା ସ୍ନାତକ ବିଦ୍ୟାଳୟର ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ। ଏହାସହ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଅଗ୍ରୱାଲ, ତଫାନ ସୁନାନୀ, ଖୁସିରାମ ଗୌଡ଼, ସନ୍ତୋଷିନୀ ବଡ଼ଟିଆ, ସଞ୍ଜୟ ସାହୁ, ଭବାନୀଶଙ୍କର ନାଗ, ବଳଭଦ୍ର ସାହୁ, ଅଗସ୍ତି ସାହୁ, ପ୍ରମୋଦ ବିହାର, ଯୁବ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ତୁଳସୀ ରାମ ପ୍ରଧାନୀ ଓ ମନୋଜ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ।
ଟୁର୍ଣ୍ଣାମେଣ୍ଟକୁ ହରିଓଁ କଲେକ୍ସନ ବେନଗାଁ, ମାଁ ଭୈରବୀ ମେଡିକାଲ ଷ୍ଟୋର ବେନଗାଁ, ବେଦମାତା କଲେକ୍ସନ ବନ୍ଦପାରି, ପିକୁ ସ୍ପୋର୍ଟ୍ସ ଆମ୍ବଦଲା, ନନ୍ଦ ସ୍ପୋର୍ଟ୍ସ ବିଶ୍ୱନାଥପୁର, ଚାରୁଶିଳା ଫ୍ୟାନ୍ସି ଷ୍ଟୋର ବେନଗାଁ ଆଦି ସଂସ୍ଥା ସହଯୋଗ କରିଥିବା ବେଳେ ମାଁ ଇଭେଣ୍ଟ ଜୋନ୍ କୁମାରଗୁଡ଼ା ସପୋର୍ଟିଂ ପାର୍ଟନର ଭାବେ ସହଯୋଗ କରିଥିଲା।

ବେନଗାଁ ବିଟିସିଏଲ୍ ସଭାପତି ନରେନ୍ଦ୍ର ବେହେରା ଓ ସମ୍ପାଦକ ପ୍ରଭାକର ଦୋରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ୍‌ରେ ମନୋଜ ଦୋରା ଓ ହରିଶ ସାହୁ ଅମ୍ପାୟାର, ମିଳନ ସାହୁ ସ୍କୋରର ଏବଂ କାହ୍ନୁ ସାହୁ ସହଯୋଗୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ରାଜା ପୂଝାରୀ ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ବଳିଆ ସାହୁ, ସୁନୀଲ ହରିଜନ, ଚିତ୍ର ଦୋରା, କପିଳ ଦୋରା, ସିନ୍ଧୁରାଜ ସାହୁ, ବିକାଶ ଦୋରା, ଗୌତମ ଦୋରା ଓ ସୁଧାମ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.