ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଶକ୍ତିଶ୍ରୀ ପକ୍ଷରୁ ସୁସ୍ଥ ମାନସିକ ଉପରେ ଆଲୋଚନ ଚକ୍ର

ଓଡ଼ିଆ ବାର୍ତ୍ତା/ ଧର୍ମଗଡ: ଧର୍ମଗଡ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଲୟରେ ଶକ୍ତିଶ୍ରୀ ପକ୍ଷରୁ ସୁସ୍ଥ ମାନସିକ ବିଷୟରେ ଏକ ଆଲୋଚନ ଚକ୍ର ଅନୁଷ୍ଟିତ ହୋଇଯାଇଛି । ଅଧ୍ୟାକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ସ୍ମରଣିକା ପଣ୍ଡା, CHC ପର୍ଲା ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟ ଉପରେ health is wealth ତଥା ପଞ୍ଚ ଇନ୍ଦ୍ରିୟ ବା ଇତ୍ରୀନ୍ଦୀୟ ଉପରେ ତଥା 4 P ଉପରେ ନିଜର ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲୀ ଏବଂ ସମ୍ମାନିତ ଅତିଥି ରୂପେ ଡ ପଦ୍ମାଳୟା ଦଣ୍ଡସେନା ଯୋଗ ଦେଇ ସ୍ୱାସ୍ଥ୍ୟ ହି ସମ୍ପଦ ବିଷୟରେ ଆଲୋଚନା କରିଥିଲେ ।ଏହି ଆଲୋଚନା ଚକ୍ର ରେ ମହାବିଦ୍ୟାଳୟର ଅଧ୍ୟାପିକା କୁମାରୀ ଝରଣା ପ୍ରଧନୀ, କୁମୁଦିନୀ ନାଏକ, ଲୁସି ଗଉଡ଼, ରୋଜାଲିନ ଚିନାରା ଉପସ୍ଥିତ ଥିଲେ । ଏଥିରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୁଇ ଛାତ୍ରୀ କୁମାରୀ ପ୍ରଗତି ସାହୁ ଏବଂ କୁମାରୀ ବର୍ଷା ମଙ୍ଗରାଜ ମାନସିକ ସ୍ୱାସ୍ଥ୍ୟ କୁ ନିଜର ସେମିନାର ଉପରେ ପେପର ପ୍ରେଜେଣ୍ଟ କରିଥିଲେ ଶେଷରେ ଧନ୍ଯବାଦ ଦେଇଥିଲେ ଅଧ୍ୟାପିକା କୁମାରୀ ଅର୍ଚ୍ଚନା ଗୁଛି ଏବଂ କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ ଅଧ୍ୟାପକ ଶ୍ରୀଯୁକ୍ତ ଜୟଦ୍ରଥ ସୁନା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.