ବେତାଳୀ ଭୈରବଙ୍କ ବାଲିଯାତ୍ରା

ଲୋକ ସଂସ୍କୃତି,ପରମ୍ପରା ଓ ଧାର୍ମିକ ଭାବନାର ମହାମିଳନ

ଲାଞ୍ଜିଗଡ,୧୮/୯ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଲୟ ବିଶ୍ଵନାଥପୁରରେ ବେତାଳୀ ଭୈରବଙ୍କ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ରାଜା ରାଜୁଡା ଅମଳରୁ ଭାଦ୍ରବ ଦ୍ଵାଦଶୀ ତିଥିରେ ଏହି ଯାତ୍ରା ପାଳିତ ହୋଇ ଆସୁଛି।ପରମ୍ପପରା ଓ ଲୋକ ପ୍ରଥା ଅନୁସାରେ ଏହିଦିନ ସ୍ଥାନୀୟ ଭୈରବ ମନ୍ଦିରରୁ ପୂଜକ ଯାଇ ନିକଟସ୍ଥ ନଦୀରୁ ବାଲିକଢା ହୁଏ ଓ ପୂଜକ ମାନେ ସାତଟି ନୂଆ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ଗାଁରୁ ସଂଗୃହିତ ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଙ୍ଗୁଡ଼ିରେ ଥିବା ବାଲିରେ ପକାଇଥାନ୍ତି ।

ଗଜା ହୋଇଥିବା ବିହନ ସପ୍ତମ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ଓ କଞ୍ଚା ମାଠିଆରେ ସେଦିନ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସପ୍ତମ ଦିନ ନିକଟସ୍ଥ କୁମାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଳି ବନା ଯାଇଥିଲା। ୮ମ ଦିନରେ ପାଟଖଣ୍ଡା ଓ ବେତାଳୀ ଭୈରବ ନିଆଁରେ ତିଆରି ଖନ୍ଦା(ଝାମି)କୁ ତିନିଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇ କାଳେସୀ ନିଆଁ ଉପରେ ଚାଲି ଭକ୍ତକୁ ତାଙ୍କ ଶକ୍ତିର ପରିଚୟ ଦେଇଥିଲେ। ପରେ ଗାଁ ଗୌନ୍ତିଆ ଘରକୁ ଯାଇଥିଲେ।

ଦେବତାଙ୍କ ସହିତ ସମସ୍ତ କାର୍ଯ୍ୟରେ ଗାଁର ମୁଖ୍ୟ ଗୌନ୍ତିଆ ପ୍ରଦୀପ ଘଡେଇ ଉପସ୍ଥିତ ଥିଲେ ବେଳେ ପୂଜକ ନଳୀନ ପ୍ରଧାନୀ, ରବି ପ୍ରଧାନୀ ଓ ବାହୁକ ଫାଲ୍ଗୁନି ପ୍ରଧାନୀଙ୍କ ଠାରେ ଦେବତାଙ୍କ ଅଭିଭାଵ ହୋଇଥିଲା। ଯାତ୍ରା ସରିବା ପରେ ଏଠାରେ ଯୋଗ ଦେଇଥିବା ତଥା ମାନସିକ କରିଥିବା ଲୋକଙ୍କ ଦ୍ଵାରା ପାରା, କୁକୁଡ଼ା, ଛେଳି ଓ ପୋଢ଼ ବଳି ଦିଆଯାଇ ଥିଲା।

ଏହି ଯାତ୍ରାରେ ସମ୍ମାନିତ ଅତିଥିଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଗୋବିନ୍ଦ ପ୍ରଧାନୀ, ନିଳାମ୍ବର ପ୍ରଧାନୀ, ଚିନ୍ତାମଣି ଦଣ୍ଡସେନା ଓ ଖଗେଶ୍ୱର ଦଣ୍ଡସେନା ପ୍ରମୂଖ ଉପସ୍ଥିତ ଥିଲେ। ଏହି ଯାତ୍ରାକୁ ବାଲି ଯାତ୍ରା ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଯାତ୍ରା ଦେଖିବାକୁ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.