ରାୟଗଡ,୩୦/୯ : ରାୟଗଡ ଜିଲ୍ଳା ସଦର ବ୍ଳକ ଅନ୍ତର୍ଗତ ଜେକେପୁରରେ ଥିବା ଲକ୍ଷ୍ମୀପତି ସିଂଘାଣିଆ ଉଚ୍ଚ ବିଦ୍ୟାଳୟର ଏସୋମିଏଟେଡ୍ ଏନସିସି ଅଧିକାରୀ ଉଦୟ ଭାସ୍କରଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଏନସିସି ଛାତ୍ର ଓ ବିଦ୍ୟାଳୟ କର୍ତୁପକ୍ଷମାନଙ୍କୁ ନେଇ ଜେକେପୁର ନିକଟସ୍ଥ ସିଙ୍ଗାପୁର ରୋଡ ରେଳୱେ ଷ୍ଟେସନ ପରିସରରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ପରିବେଶ ବୋଲି ମତବ୍ୟକ୍ତ କରିଥିଲେ ।
ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଭେଙ୍କେଟେଶ୍ୱର ରାଓ ଓ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଯୋଗ ଦେଇ ଷ୍ଟେସନ ପରିସରରେ ବଢି ଉଠିଥିବା ଅନାବନା କଂଟା ଜାତୀୟ ଗଛଲତା ଗୁଡିକକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ମାସର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଅଧିକାରୀ ଭାଷ୍କର ରାଓ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ନିୟମସାରଣୀ ପ୍ରକାରେ ବସଷ୍ଟାଣ୍ଡ, ଚିକିତ୍ସାଳୟ, ରେଲୱେ ଷ୍ଟେସନକୁ ସଫେଇ କରିବାର କାର୍ଯ୍ୟକ୍ରମ ରହିଛି ।
ଜେକେପୁର ସିଂଘାଣିଆ ବିଦ୍ୟାଳୟର ମୁଖ୍ୟ ଫାଟକରୁ ଜେକେପୁର ସିଙ୍ଗାପୁର ରୋଡ ରେଲୱେ ଷ୍ଟେସନ ପର୍ଯ୍ୟର୍ନ୍ତ ଏନସିିସି ଛାତ୍ର ଓ ବିଦ୍ୟାଳୟର ଶିକ୍ଷକମାନଙ୍କ ଦ୍ୱାରା ଶୋଭାଯାତ୍ରା କରାଯାଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେଲୱେ ଷ୍ଟେସନରେ ହୋଇଥିବାରୁ ସିଙ୍ଗାପୁର ରୋଡ ଷ୍ଟେସନ ମାଷ୍ଟର ସଂଜୟ କୁମାର ମହାନ୍ତି ଛାତ୍ରମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମାଲିକେଶ୍ୱର ରାଓ, ରାମପ୍ରସାଦ ମାଲବିଶୋଇ, ଜିଡିଆର ପଟ୍ଟନାୟକ, ଶ୍ରୀନୁବାବୁ, ଅବସରପ୍ରାପ୍ତ ଶିକ୍ଷକ ନଟବର ମହାନ୍ତି, ପ୍ରଭାକର ରାଓ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିବା ବେଳେ ଅଧ୍ୟାପକ ବଦ୍ରିନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
———————————————————