କଳାହାଣ୍ଡି,୧୦/୧୦ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ କବିଚନ୍ଦ୍ରପୁର ଗ୍ରାମର ଭଗତ ସୁନା ଏବର୍ଷ ଅଗଷ୍ଟ ୩୦ ତାରିଖରେ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ କାମ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ଉକ୍ତ ଯୋଜନାର ପ୍ରଥମ କିସ୍ତି ଟଙ୍କା ଦିଆଯାଇନଥିବା ଅଭିଯୋଗ କରିଛନ୍ତି । ହିତାଧିକାରୀ ଭଗତ ସୁନା କହିବା ଅନୁସାରେ କାର୍ଯ୍ୟାଦେଶ ପାଇବା ପରେ ମୁଁ ଲୋକଙ୍କୁ ଠାରୁ ଧାର କରଜ କରି ପ୍ଲିନତ ପର୍ଯ୍ୟନ୍ତ କାର୍ଯ୍ୟ କରିଛି। ଧାର କରିଥିବା ଟଙ୍କା ଦେଇ ପାରୁ ନାହିଁ। ସରପଞ୍ଚ, ପିଇଓ ଓ ବ୍ଲକ ଅଫିସକୁ ଗଲାବେଳେ ଆଜି ପଡିବ କାଲି ପଡିବ ବୋଲି କହୁଛନ୍ତି। ଏ ନେଇ ଆମ ପ୍ରତିନିଧି ଫୋନ ଯୋଗେ ପିଇଓ ପଚାରିବାରୁ ମୋର ସ୍ବାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ମୁଁ ଛୁଟିରେ ଅଛି । ବୁଧବାର ଦିନ ଆସିଲେ କଣ ଅସୁବିଧା ଅଛି ଦେଖି କି କହିବି ବୋଲି କହିଥିଲେ। ଗରିବ ହିତାଧିକାରୀ ମାନେ ଅନେକ ସମୟରେ ଏପରି ସମସ୍ୟାର ସମ୍ମୁଖିନ ହେଉଥିବାରୁ ମ.ରାମପୁର ବିଡିଓ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।