ଅଳ୍ପ ଗଳ୍ପ : ସ୍ବାଇଁ ସାର୍

ନିଦରୁ ଉଠିବା କ୍ଷଣି ଚଟାପଟ୍ ଟିଭି ପାଖରେ ବସିପଡିଲା ସୁଭମ ଗୋଟିଏ ଆଧ୍ୟ୍ୟାତ୍ମିକ ଚ୍ୟାନାଲ୍ ଖୋଲି । ଆପଣଙ୍କୁ କଣ ଲାଗୁଛି ? ସୁଭମ ଗୋଟେ ଆଧ୍ୟ୍ୟାତ୍ମବିଦି ପିଲା ! ଜଦି ଆପଣ ଭାବୁଛନ୍ତି ତାହାଲେ ଭୁଲ ଭାବୁଛନ୍ତି। ସେ ସୁନାପିଲା ଭଳି ବସି ରାଶିଫଳ ଦେଖୁଛି । ସନିଆ, ପିଣ୍ଟୁ ଆଉ ବାପିର ମଧ୍ୟ ରାଶିଫଳ ଦେଖି ତାଙ୍କୁ ପୁଣି ସ୍କୁଲ୍ ରେ କହିବାରେ ଅଛି। ଘଣ୍ଟାରେ ସମୟ ଦେଖି କରି ଜୋର ଜୋର ସେ ଡାକଛାଡିଲା ସୁଭମ ।
ମାଁ …. ମାଁ… ଓ…ମାଁ କିଛି ଗୁଡ, ଆଉ କିଛି ଦୂବ ଘାସ ରେଡି କରିକି ରଖ ମାଁ, ସ୍କୁଲ୍ ଜିବାପାଇଁ ଡେରି ହେଲାଣି ପରା ତୁମେ ରେଡି କରି ରଖ ମୁଁ ଗାଧେଇ ଆସୁଛି।
__ ତୁ ତୋ ସ୍କୁଲ୍ ଯିବୁ ପୁଣି ଏଇ ଦୁବ ଘାସ, ଗୁଡ ନେଇ କଣ କରିବୁ କି?? 
__ ତୁମେ କଣ ଜାଣିନ କି? ସବୁ ସେଇ ସ୍ବାଇଁ ସାରଙ୍କ ପାଇଁ। ଆଜି ଟିଭିରେ ଜ୍ୟୋତିଷ କହିଛି ପିମ୍ଫୁଡିକୁ ଗୁଡ, ବାଛୁରୀକୁ ଦୁବ ଘାସ ଖୁଆଇଲେ କୁଆଡେ ସବୁରିଷ୍ଟ ଖଣ୍ଡନ ହେବ । ଦେଲୁ ଦେଲୁ ଜଲଦି ଦେଲୁ । ମୋର ସ୍କୁଲ୍ ବେଳ ଲେଟ୍ ହେଲାଣି।
ଅଙ୍କା ବଙ୍କା କାଦୁଅ ର ରାସ୍ତା, ବୁଲି ବୁଲି ଗଲେ ପଡେ ଆମ ସ୍କୁଲ୍ । ସ୍କୁଲ ଷ୍ଟାଣ୍ଡ ପାଖରେ ହୋଇଥିବାରୁ ଘର ଲୋକଙ୍କୁ ଭାରି ଡର କିନ୍ତୁ ମୋତେ ଏଇ ଗାଡ଼ିଘୋଡା ଦେଖି ଯେତିକି ଡର ଲାଗେନି ତାଠୁ ଅଧିକ ଡର ତ ଆମ ବିଜ୍ଞାନ, ଗଣିତ ଶିକ୍ଷକ ସ୍ବାଇଁ ସାର ଙ୍କୁ ଦେଖିଲେ ଲାଗେ । ଯାହାବି ହେଉ ଆଜି ବହି ଭିତରେ ନିମ ପତ୍ର, ବାଛୁରୀ କୁ ଦୁବ ଘାସ, ପିମ୍ପୁଡିକୁ ଗୁଡ ଦେଇ ବି ଆସିଛି କିନ୍ତୁ ନିଶ୍ଚିତ ଯେ ସାର ଆଜି ମୋତେ ମାରିବେନି । 
କ୍ଲାସ୍ ଆରମ୍ଭ ହୋଇଗଲା…. କାହିଁକି କେଜାଣି ସାର ପ୍ରଥମରୁ ଆସି ମୋତେ କଳାପଟାରେ ଗଣିତ କରାବାକୁ କହିଲେ, ମୁଁ ଗୋଟାପୁଣି ଥରୁଥାଏ। ମାଡକୁ ମହାଦେବଙ୍କ ଡର ମୁଁ ଛାର ପିଲାଟା, ଆଗ ଧାଡିର ବସିଥିବା କ୍ରିଷ୍ଣା,ଲିପୁ,ଆଉ ଅମର ର ସହାୟତା ନେଇ ଗଣିତ କରିଦେଲି । ଏଥିପାଇଁ କେତେ ମାଁ ମଙ୍ଗଳା, ମାଁ ବ୍ରହ୍ମାଣୀ ଙ୍କୁ ଡାକିଛି, କେତେ ନଡିଆ ମାନସିକ କରିଛି ମୋ ବ୍ୟତିତ କାହାରିକୁ ଜଣାନାହିଁ।
ଗଣିତ କ୍ଲାସ୍ ସରିଗଲା  ସିନା ବିଜ୍ଞାନ କ୍ଲାସ୍ କୁ ଡର ନଥାଏ । ସାର ଯେଉଁ ପାଠ ସବୁ ପଚାରିବେ ସବୁ ବହି ଦେଖି କହିଦେବି । ବାପୁନି,ମୁନା,ପତି ଆଉ ମୁଁ ଗୋଟିଏ ଧାଡିରେ ବସୁ ପଛପାଖରେ ଯେଉଁ ସବୁ ବଦମାସି କରୁ ତାକୁ ନ କହିବା ଭଲ ।
ଚାହୁଁ ଚାହୁଁ ବିଜ୍ଞାନ ବହିଧରି ସ୍ବାଇଁ ସାର କ୍ଲାସ୍ ଭିତରକୁ ଆସିଲେ । ଗତକାଲିର ହୋମ୍ଓ୍ବାର୍କ ଖାତାକୁ ଧରି ଆଣିବାକୁ କହିଲେ । ମୁଁ ପାଠ କରିନଥାଏ। ଛାନିଆରେ ଗୋଡ ଦୁଇଟା ଥରୁଥାଏ ….ଛାତିର ହାର୍ଟ ବିଟ୍ ବି ମୋ କାନକୁ ସୁଭୁଥାଏ ।  ମୁଁ ମୋର ରଫ ଖାତାକୁ ଧରି ଧାଡିରେ ଛିଡା ହୋଇଥାଏ । ଯେଉଁ ରଫ୍ ଖାତାର ଆଗ ପଛ କିଛି ନଥାଏ(ଖାତାର ଦୁଇପାଖ ରୁ ଲେଖାଜାଇଛି) ।ସାର ସମସ୍ତଙ୍କ ଖାତାରେ ସାଇନ୍ ମାରି ବସିବାକୁ ଦେଉଥାନ୍ତି। ମୋର ଏଇ ଖାତା ଦେଖି ଅତ୍ୟଧିକ ମାତ୍ରାରେ ରାଗିଗଲେ ଆଉ ବେତ ଆଣି ଦୁଇ ଚାରି ପ୍ରହାର କସି ଦେଲେ । ମୁଁ ଉ…..ହୁ…ଆହା… ହେଉ ଥାଏ। କାହିଁକି କେହିଜଣି ସାର୍ ଅଧା କ୍ଲାସ୍ ରୁ ବାହାରକୁ ଚାଲିଗଲେ । କିଛି ବୁଝି ହେଲାନି ।
ସେଇ ଦିନ ଠାରୁ ଅଭଣା ସ୍କୁଲ୍ ରେ ବାକିତକ ଦିନ ସ୍ବାଇଁ ସାର ତ ଦୂରର କଥା ତାଙ୍କ ଛାଇ କୁ ବି ଦେଖିଲେ ଡର ଲାଗେ । ଯଦି ପଡିଆରେ ଖେଳିବା ସମୟରେ ସାର୍ ସେଇ ରାସ୍ତା ଦେଇ ଚାଲିଯାଅାନ୍ତି ନା ଆମେ ସମସ୍ତେ ଦୈଡି ଯାଇ ଲୁଚିପଡୁ । ମଜାରେ ଯଦି କେହି ସାର୍ ଆସିଗଲେ ବୋଲି ବି କହିଦେଲେ ନା କଥା ସରିଲା । ସେଦିନ ପାଚେରି ଉପରେ ଖେଳ ଦେଖୁଥାଏ  ସାରଙ୍କୁ ଦେଖି  ଅତର୍କିତ ଭାବେ ଗଡି ପଡିଥିଲି। ମନେପଡିଲେ ହସ ଲାଗେ । 
ସେଦିନର ମାଡ ପରେ ମନେ ମନେ ସାରଙ୍କୁ ବହୁତ ଗାଳି ଦେଇଥିଲି।  କିଛି ଦିନ ପରେ ସାରଙ୍କ ଦେହ  ଖରାପ ହୋଇଗଲା। ମୋତେ ଲାଗେ କି ମୋ ଯୋଗୁଁ ସାରଙ୍କ ଦେହ ଖରାପ ହୋଇଗଲା । କିନ୍ତୁ ପରିକ୍ଷାରେ ଭଲ ମାର୍କରେ ପାସ କଲି ଆଉ କଲେଜ ଗଲି ।
ଆଜି କାଲି ଆଉ ଦୁବ ଘାସ, ଗୁଡ, ନିମ ପତ୍ର କି ସକାଳୁ ସକାଳୁ ରାଶିଫଳ ଦରକାର ପଡୁନି । ଖାଲି ଅବଶୋଷ ଏତିକି ମୋ ପାଖରେ ସ୍ବାଇଁ ସାର ରହନ୍ତେ ନା  ଜୀବନର କୋଣସି ବି ପରିକ୍ଷା ବି ସହଜରେ ସଫଳତା ପାଇ ପାରନ୍ତି ।

Omkar Vasthu
Omkar Vasthu

ରାଜେଶ କୁମାର ବାରିକ 

Pearl dental clinic
Near Ashish Medical Store, Bhawanipatna
ଦେବେନ୍ଦ୍ର ପୁର, ଅଜଣା, ବାଲେଶ୍ବର 
ମୋ : ୯୯୯୮୬୨୨୩୩୬

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.