ଜନସାଧାରଣଙ୍କ ସହଭାଗୀତାରେ ହିଁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦିଆଯାଇ ପାରିବ

ମ.ରାମପୁର ଓ ନର୍ଲା ରେଞ୍ଜ ମିଳିତ ଆନୁକୂଲ୍ୟରେ ୬୫ତମ ବନ୍ୟପ୍ରାଣୀ ସପ୍ତାହ

କଳାହାଣ୍ଡି,୧୦/୧୦(ହେମନ୍ତ ସାହୁ) : “ଜନସାଧାରଣଙ୍କ ସହଭାଗୀତାରେ ହିଁ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦିଆଯାଇ ପାରିବ ଏବଂ ଆମେ ସମସ୍ତେ ବନ୍ୟପ୍ରାଣୀଙ୍କ ସହ ଆତ୍ମିକ ଅନୁଭବରେ ଅନୁଭବୀ ହେବା” ଏପରି ଏକ ମତ ପ୍ରକାଶ ପାଇଛି କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ଓ ନର୍ଲା ରେଞ୍ଜ ତରଫରୁ ଆୟୋଜିତ ୬୫ତମ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ । ଆଜି (ଗୁରୁବାର) ମ.ରାମପୁର ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏହି ଉପଳକ୍ଷେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ପ୍ରଥମେ ଉଭୟ ରେଂଜ କର୍ମଚାରୀ, ବନସୁରକ୍ଷା ସମିତିର ସଭ୍ୟ/ସଭ୍ୟା ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ମ.ରାମପୁର ରେଞ୍ଜ ଅଧିକାରୀ କେଶବ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଅତିଥିଭାବରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା, ଏସିଏଫ୍ ବଂଶୀଧର ସ୍ୱାଇଁ, ଓଏଫଏସ୍ ସୌମ୍ୟରଞ୍ଜନ ସାହୁ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ଅସିତ କୁମାର ପଧାନ, ନର୍ଲା ରେଞ୍ଜ ର ଡ଼େପୁଟି ଆରଓ ନୃତ୍ୟରାଜ ମାଝୀ ପ୍ରମୂଖ ମଞ୍ଚାସୀନ ରହି ବନ୍ୟପ୍ରାଣୀ ସପ୍ତାହ ପାଳନର ଲକ୍ଷ ଓ ଉଦ୍ଦେଷ୍ୟ ଉପରେ ଆଲୋକପାତ କରିଥିଲେ । ଆମ ଜଙ୍ଗଲ ଯୋଜନାର ଦଳପତି ପ୍ରଦୀପ କୁମାର ସାହୁ ମଂଚ ପରିଚାଳନା କରିଥିବାବେଳେ ନର୍ଲା ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ଧନ୍ୟବାଦାର୍ପଣ କରିଥିଲେ । ଏହି ଅବସରରେ ଚନ୍ଦନପିଣ୍ଡା ଭିଏସଏସର ୨୨ଜଣଙ୍କୁ ଭାରତ/ଭାରତୀ ଗ୍ୟାସ ତରଫରୁ ଗ୍ୟାସ ସିଲିଣ୍ଡର/ଚୂଲା ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରମେଶ ଚନ୍ଦ୍ର ବାଗ, ଦୀପକ ସା, ରୁଦ୍ରପ୍ରସାଦ ଗହୀର, ଉଦୟନାଥ ମହାରଣା, ବି.ବି. ଶବର, ଏନ୍.କେ. ମାଝୀ, ନୀଳମାଧବ ପଣ୍ଡା, ବି. ନାଏକ, ଉମେଶ ରାଉତ, ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.