୨୦୧୮ ଓ ୨୦୧୯ ପାଇଁ ନୋବେଲ୍ ସାହିତ୍ୟ ପୁରସ୍କାର ଘୋଷିତ

ଷ୍ଟକହୋମ,୧୦/୧୦: ୨୦୧୮ ଓ ୨୦୧୯ ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖିକା ଓଲଗା ଟୋକାରଜୁକ୍ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର୍ ହାଣ୍ଡକେଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଆଜି ରୟାଲ୍ ସ୍ୱିଡିଶ୍ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।

ପ୍ରଥମଥର ପାଇଁ ଦୁଇଜଣଙ୍କ ନାଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଯୌନ କେଳେଙ୍କାରୀ ବିବାଦ ଯୋଗୁଁ ଗତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ସ୍ଥଗିତ ରଖାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଅଲଫ୍ରେଡ୍ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ୍ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.