5-T କାର୍ଯ୍ୟକ୍ରମ ସଚିବ କାର୍ତିକେୟନ ପାଣ୍ଡିଆନଙ୍କ ରାୟଗଡ ଜିଲ୍ଳା ଗସ୍ତ

ଡାଇଲେସିସ୍ ସେଣ୍ଟରର ଅବସ୍ଥା ଦେଖି ବିରକ୍ତି ଭାବ ପ୍ରକାଶ କଲେ ପାଣ୍ଡିଆନ

ରାୟଗଡ,୧୦/୧୦ : ରାଜ୍ୟର ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ପୋଲିସ ଥାନା/ଡାକ୍ତର ଖାନା/ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ରହିଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଲୋକଙ୍କ ଟ୍ୟାକ୍ସରେ ହିଁ ସରକାରୀ ବାବୁମାନେ ଚାକିରି କରୁଛନ୍ତି । ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ କରିବା ତଥା ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତନ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମକୁ ଗତ ଅକ୍ଟୋବର ୨ତାରିଖରେ ଶୁଭାରମ୍ଭ କରିଛନ୍ତି । ଏଥି ନିମନ୍ତେ ସମସ୍ତ ଜିଲ୍ଳାପାଳ ଓ ଏସପିଙ୍କୁ ଏହି ସବୁ ସ୍ଥାନଗୁଡିକରେ ଦଲାଲମୁ୍କ୍ତ କରାଇବା ଓ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ କଡା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ୫-ଟି କାର୍ଯ୍ୟକ୍ରମର ସଚିବ ଭି. କାର୍ତିିକେୟନ ପାଣ୍ଡିୟାନ ଗୁରୁବାର ଦିନିକିଆ ରାୟଗଡ ଜିଲ୍ଳାରେ ଗସ୍ତରେ ଆସିଥିଲେ । ସେ ପ୍ରଥମେ କଳାହାଣ୍ଡି ଜିଲ୍ଳାରେ ନିଜ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନରେ ହେଲିକେପ୍ଟର ଯୋଗେ ସ୍ଥାନୀୟ ଜିସିଡି ହାଇସ୍କୁଲ ଖେଳ ପଡିଆ ଠାରେ କରାଯାଇଥିବା ହେଲିପେଡରେ ଓହ୍ଳାଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ । ସଚିବ ପାଣ୍ଡିଆନଙ୍କୁ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

ସେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡ, ସ୍ତ୍ରୀ ଓ ପ୍ରସୂତି ୱାର୍ଡ, ପ୍ରସୂତି ମହିଳା ଓ ଶିଶୁ ୱାର୍ଡ ସହ କିଡନୀ ଡାଇଲେସିସ୍ ସେଂଟର ଏବଂ ରୋଷେଇ ଘର ଆଦି ବୁଲି ଦେଖିଥିଲେ । ସଚିବ ଶ୍ରୀ ପାଣ୍ଡିଆନ ସିଧାସଳଖ ରୋଗୀ ଓ ତାଙ୍କ ସଂପର୍କୀୟଙ୍କୁ ଚିକିତ୍ସାଳୟ ତରଫରୁ ମିିଳୁଥିବା ସମସ୍ତ ସେବାଗୁଡିକ ଯଥା ସେମାନଙ୍କୁ ଡାକ୍ତର, ନର୍ସ ତଥା ଅନ୍ୟ କର୍ମଚାରୀ ତଥା ଅଧିକାରୀମାନେ କିପରି ବ୍ୟବହାର କରୁଛନ୍ତି, ମାଗଣାରେ ଔଷଧ ପାଉଛନ୍ତି କି ନାହିଁ, ଉତ୍ତମ ବ୍ୟବହାର ମିଳୁଛି କି ନାହିଁ, ଯାବତୀୟ ସାମଗ୍ରୀଗୁଡିକ ଠିକ୍ ସମୟରେ ମିଳୁଛିକି ନାହିଁ ଏବଂ ଚିକିତ୍ସାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି କି ନାହିଁ ଓ କୈାଣସି ବ୍ୟକ୍ତି ସାହାର୍ଯ୍ୟ ଯୋଗାଇବା ନାମରେ କିଛି ଟଙ୍କା ମାଗୁଛନ୍ତି କି ବୋଲି ପଚାରି ବୁଝିଥିଲେ । ସମସ୍ତଙ୍କ ଠାରୁ ପ୍ରଂଶସନୀୟ ଉତ୍ତର ପାଇ ସେ ଖୁସିବ୍ୟକ୍ତ କରିଥିବା ବେଳେ କିଡନୀ ଡାଇଲେସିସ୍ ସେଂଟରକୁ ଯାଇ ରୋଗୀମାନଙ୍କ ସହ ଆଲୋଚନା କରିଥିବା ବେଳେ ସେଂଟରର କାନ୍ଥଗୁଡିକରେ ଛାତରୁ ବର୍ଷା ପାଣି ଝରୁଥିବା ଦେଖି ଅତ୍ୟନ୍ତ ବିରକ୍ତି ଭାବ ପ୍ରକାଶ କରି ତାହା ଯଥାଶୀଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ଫୋନରେ ଉକ୍ତ କାନ୍ଥଗୁଡିକର ଫୋଟ ଉଠାଇ ନେଇଛନ୍ତି । ସେହିପରି ରୋଗୀମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରମାନଙ୍କ ସହ ଆଲୋଚନା କରି ଆବଶ୍ୟକ ସ୍ଥଳେ ସପ୍ତାହ, ୧୫ଦିନ ତଥା ମାସିକ ପାଇଁ ଯଦି ଭଡା ଦେଇ ଆଉଟସୋର୍ସିଂରୁ ଡାକ୍ତର ଯୋଗାଡ ହୋଇପାରିବ ତାହାହେଲେ ଯେତେ ଟଙ୍କା ଆବଶ୍ୟକ ହେଲେ ମଧ୍ୟ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କୁ ନିଯୁକ୍ତ କରନ୍ତୁ ବୋଲି ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି କାଶିପୁର ବ୍ଳକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀମାନଙ୍କ ନିମନ୍ତେ ଷ୍ଟାଫ କ୍ୱାଟର୍ସ ନଥିବାରୁ ଆସନ୍ତା ୧୦ମାସ ମଧ୍ୟରେ ସେଠାରେ ୬ଟି କ୍ୱାଟର୍ସ ନିର୍ମାଣ କରିବା ସହ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ସେମାନଙ୍କ ସଂର୍ପକୀୟମାନଙ୍କ ନିମନ୍ତେ ଦୁଇ ମହଲା ବିଶିଷ୍ଠ ଆଭ୍ୟର୍ଥନା କକ୍ଷ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗୁଣପୁର ଓ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ, ଆନେସ୍ତେସିଆ, ଅସ୍ଥିଶଲ୍ୟ ଆଦି ଜରୁରୀକାଳନୀ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରତିଶୃତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଉନ୍ନତୀରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତୀ ରହିଛି ତେଣୁ ସମସ୍ତେ ମିିଳିମିଶି କାର୍ଯ୍ୟ ସଂପାଦନା କରିବା ପାଇଁ କହିଥିବା ବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରିଷ୍ପାର ପରିଚ୍ଛନ୍ନତା ପରିବେଶ ଦେଖି ଖୁସି ବ୍ୟକ୍ତ କରି ଆପୋଲୋ ମେଡିକଲ ଭଳି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିଛି ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ସଚିବ ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଏଚଆରଏମ)ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପରାମର୍ଶଦାତା ବାଲକ୍ରିଷ୍ଠାନ ଉପସ୍ଥିତ ରହିଥିବା ବେଳେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ., ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଏଡିଏମଓ (ମେଡିକାଲ)ଡାକ୍ତର ଶକ୍ତିବ୍ରତ ମହାନ୍ତି,ଡିପିଏଚଓ ଡାକ୍ତର ମମତା ଚୈାଧୁରୀ, ଏଡିପିଏଚଓ(ଲେପ୍ରୋସି)ଡାକ୍ତର ମମତା ସାହୁ, ଏଡିପିଏଚଓ (ଭିବିିଡି) ବି.ଏଲ.ଏନ.ପୃଷ୍ଟି, ଡିପିଏମ ରାଜେଶ ପଟ୍ଟନାୟକଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

—————————————————–

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.